ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁ-ଟ୍ୟୁବ ଚ୍ୟାନେଲ ଲୋକାର୍ପିତ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସରକାରୀ ୟୁ-ଟ୍ୟୁବ୍‌ ଚ୍ୟାନେଲ ଆଜି ଶୁଭାରମ୍ଭ ହୋଇଛି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରି କରିବା ପାଇଁ ଏବଂ ଏହାକୁ ଭିଜୁଆଲ୍‌ ମାଧ୍ୟମରେ ଦେଶବିଦେଶରେ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏହି ୟୁ-ଟ୍ୟୁବ ଚ୍ୟାନେଲକୁ ଆଜି ଲୋକା‌ର୍ପଣ କରିଛନ୍ତି। ବାସୁଦେବ ମାଲବିଶୋଇଙ୍କର ନିଜ ରଚନା, ସଙ୍ଗୀତ ଓ କଣ୍ଠରେ ପ୍ରସ୍ତୁତ ହୋଇଥିବା କରୋନା ସଚେତନ ଗୀତକୁ ଏହି ୟୁ-ଟ୍ୟୁବରେ ମୁକ୍ତିଲାଭ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଓ ଓଡ଼ିଶା ଡଟ୍‌ କମ୍‌ର ସହାୟତାରେ ଏହି ୟୁ-ଟ୍ୟୁବ ଚ୍ୟାନେଲକୁ ବିକଶିତ କରାଯାଇଛି।

ସମ୍ବନ୍ଧିତ ଖବର