ପିଏନ୍‌ବି ମହାଦୁର୍ନୀତି ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରେ ହୋଇଥିବା ନିରବ ମୋଦି ମହାଦୁର୍ନୀତି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ମାଷ୍ଟର କ୍ୟାଣ୍ଟିନରେ ଥିବା ସଂପୃକ୍ତ ବ୍ୟାଙ୍କ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଏକ ପ୍ରତିବାଦ ର‍୍ୟାଲି କଂଗ୍ରେସ ଭବନରୁ ବାହାରି ସେଠାରେ ପହଞ୍ଚିଥିଲା। ହୀରା ବେପାରି ନିରବ ମୋଦିଙ୍କୁ ବ୍ୟାଙ୍କର ଚାବିକାଠି ପ୍ରଧାନମନ୍ତ୍ରୀ ଧରାଇଥିବା ଶ୍ରୀ ମହାରଥୀ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ସାହୁ, ସେକ୍‌ ଅମୀର ମହମ୍ମଦ, ନୀଳମାଧବ ପଣ୍ଡା, ରଞ୍ଜିତ ପାତ୍ର, ସଂଜୁନା କଁହର, ସାଗର ପଟ୍ଟନାୟକ, ଇନ୍ଦ୍ରନିଲ୍‌ ବାନାର୍ଜୀ, ଇତିଶ୍ରୀ ରଥ, ଲାଲା ପଠାନ, ଶିବଦତ୍ତ ମହାନ୍ତି, ଅଶୋକ ଦାସ, ସନ୍ତୋଷ ସାହୁ, ଚିଣ୍ଟୁ ଦାସ, କୃଷ୍ଣ ଖୁଣ୍ଟିଆ, ଏସ୍‌.କେ. ଅବଦୁଲ୍‌ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର