ଭୁବନେଶ୍ବର : ଆସନ୍ତା ୨୪ତାରିଖରୁ ଜି ସାର୍ଥକରେ ନୂଆ ରିଅଲିଟି ସୋ’ ଆରମ୍ଭ ହେବାକୁ ଯାଉଛି। ରାତି ୧୦ଟାରେ ପ୍ରଦର୍ଶିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ନାଁ ରହିଛି ‘ଓଡ଼ିଶାର ବେଷ୍ଟ ସିନେଷ୍ଟାର୍ସ ଖୋଜ୍’। ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ ଏହି ସୋ’ ପ୍ରଦର୍ଶିତ ହେବ। ୧୮ବର୍ଷରୁ ଊର୍ଧ୍ବ ବୟସର ପ୍ରତିଯୋଗୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ଏହି ରିଅଲିଟି ସୋ’ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ ଓ କୋରିଅଗ୍ରାଫର-ନିର୍ଦେଶକ ସୁଧାକର ବସନ୍ତ ଏଥିରେ ଜଜ୍ ଭୂମିକାରେ ରହିବେ। ଅଭିନେତା ବବି ମିଶ୍ର ଆଙ୍କର ଭୂମିକା ତୁଲାଇବେ। ଓଡ଼ିଶାରେ ପ୍ରଥମଥର ଲାଗି ଏଭଳି ରିଅଲିଟି ସୋ’ ଆୟୋଜନ କରାଯାଉଥିବା ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି। ଜି ସାର୍ଥକରେ ସା ରେ ଗା ମା ପା, ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ରଜ କୁଇନ୍ ଓ ଗୃହଲକ୍ଷ୍ମୀ ଭଳି ସୋ’ ପ୍ରଦର୍ଶିତ ହେଉଛି।
୨୪ରୁ ଜି ସାର୍ଥକରେ ରିଅଲିଟି ସୋ’, ‘ଓଡ଼ିଶାର ବେଷ୍ଟ ସିନେଷ୍ଟାର୍ସ ଖୋଜ୍’
/sambad/media/post_attachments/wp-content/uploads/2019/06/zee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)