ଭୁବନେଶ୍ୱର : ଜୀ ସାର୍ଥକରେ ନୂଆ ମେଗା ଧାରାବାହିକ ‘ସୁନା ଝିଅ’ ଆରମ୍ଭ ହେବାକୁ ଯାଉଛି। ଚଳିତମାସ ୩୦ ତାରିଖରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବ। ଏଥିରେ ଓଡ଼ିଆ ଘରର ନିଚ୍ଛକ କାହାଣୀକୁ ସ୍ଥାନ ଦିଆଯାଇଛି।
ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହାର ଝଲକ ଏଥିରେ ଦେଖିବାକୁ ମିଳିବ । ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ବପ୍ନ ପୂରଣ କରିବା ସହ ଗୃହିଣୀ ମାଆ ଓ ସମାଜ ପାଇଁ ସୁନା ଝିଅ ହେବା ଛୋଟିଆ କଥା ନୁହେଁ, ଯାହା କରିବାକୁ ଝିଅଟିଏ ଚେଷ୍ଟା କରିଛି । ପ୍ରକୃତରେ ଝିଅଟି ‘ସୁନା ଝିଅ’ ହୋଇପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିବ । ଧାରାବାହିକରେ ଅର୍ପିତା କରଙ୍କୁ ମା’ ଭୂମିକାରେ ଓ ଝିଅ ଭୂମିକାରେ ନଜର ଆସିବେ ରଜ କୁଇନ୍ ୨୦୨୨ର ପ୍ରତିଯୋଗୀ ଅଙ୍କିତା। ଅନ୍ୟପଟେ ମଡେଲ ମାନସଙ୍କୁ ମଧ୍ୟ ଏଥିରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/IMG-20220522-WA0100.jpg)