ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁଲିସ ତରଫରୁ ଏବଂ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଗତ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ଅକାଳ ମୃତ୍ୟୁ ସପ୍ତାହ ପାଳନ ଅବସରରେ ଜୋରଦାର ଯାଞ୍ଚ କରାଯାଉଥିଲା। ଜିଲ୍ଲାରେ ରହିଥିବା ୧୭ଟି ଥାନା ଅଂଚଳର ସମସ୍ତ ମୁଖ୍ୟ ଛକମାନଙ୍କରେ ପୁଲିସ, ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏଥିରେ ସାମିଲ ଥିଲେ। ତେବେ ଏହି ସପାହ ସଂପର୍କରେ ଲୋକେ ବୁଝିବା ଆଗରୁ ଫସିଯାଉଥିବା ଦେଖିବାକୁ ମିଳିଥିଲା। ଥାନାମାନଙ୍କରେ ଏକ ପ୍ରକାର ଜୋରିମାନା ଆଦାୟ ନେଇ ପ୍ରତିଯୋଗିତା ହୋଇଥିଲା। କିଏ କେତେ ଜୋରିମାନା ଆଦାୟ କରିପାରିବ।
ତେବେ ଲୋକଙ୍କୁ ସଚେତନ କରାଇବା ସହ ଏଭଳି ପଦକ୍ଷେପ ନେଲେ ଭଲ ହୁଅନ୍ତା ବୋଲି ସାଧାରଣରେ ବେଶ ଚର୍ଚ୍ଚା ହେଉଛି। ପ୍ରଥମେ ସଚେତନ କରିଥାନ୍ତେ ଓ ପରେ ଚଢ଼ଉକରିଥିଲେ ଲୋକେ ସାବାଡ ହୋଇଥାନ୍ତେ ବୋଲି କୁହାଯାଇଛି। କିନ୍ତୁ ପୁଲିସ ଏବଂ ଆଞ୍ଚଳିକ ପରିବହନ ତରଫରୁ ହୁଏତ ଟାର୍ଗେଟ ରହିଥିବାରୁ ଜୋରଦାର ଚଢଉମାନ କରାଯାଉଥିଲା, ଯାହାକୁ ପାରିଲେ ଧରିଲେ ଏବଂ ସର୍ବାଧିକ ଟଂକା ଆଦାୟ କଲେ। ଗତ ସାତ ଦିନରେ ଜିଲ୍ଲାର ମୁନିଗୁଡ଼ା ଥାନା ଅଂଚଳରେ ଗତ ସାତ ଦିନରେ ୧୭ ଲକ୍ଷ ୯୯ ହଜାର ୫୦୦ଟଂକା ଜୋରିମାନା ବାବଦକୁ ଆଦାୟ କରାଯାଇଥିବା ବେଳେ ଆମ୍ବାଦୋଳା ଥାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬ ଲକ୍ଷ ୭୨ ହଜାର ୫୦୦ ଟଂକା ଜୋରିମାନା ଆଦାୟ କରାଯାଇଛି।
ସେହିପରି ବିଷମକଟକ ଥାନା ପକ୍ଷରୁ ଚଢଉ କରାଯାଇ ୬ ଲକ୍ଷ ୧୧ ହଜାର ୫୦୦ ଟଂକା, ଚାନ୍ଦିଲି ଥାନା ପକ୍ଷରୁ ଚଢଉ କରାଯାଇ ୪ ଲକ୍ଷ ୯୪ ହଜାର ଟଂକା, ଚନ୍ଦ୍ରପୁର ଥାନା ପକ୍ଷରୁ ଯାଞ୍ଚ କରାଯାଇ ୨ ଲକ୍ଷ ୧୬ ହଜାର ୫୦୦ ଟଂକା, କାଶୀପୁର ଥାନା ପକ୍ଷରୁ ଚଢଉ କରାଯାଇ ୩ ଲକ୍ଷ ୨୧ ହଜାର ଟଂକା, ଦୋରାଗୁଡା ଥାନା ପକ୍ଷରୁ ଚଢଉ କରାଯାଇ ୩ ଲକ୍ଷ ୪୦ ହଜାର ୫୦୦ ଟଂକା, ଟିକିରି ଥାନା ପକ୍ଷରୁ ଚଢଉ କରାଯାଇ ୫ ଲକ୍ଷ ୨୩ ହଜାର ୫୦୦ ଟଂକା, ଅଣ୍ଡିରାକାଞ୍ଚ ଥାନା ପକ୍ଷରୁ ଚଢଉ କରାଯାଇ ୧୦ ଲକ୍ଷ ୬୦ ହଜାର ଟଂକା, କେସିଂହପୁର ଥାନା ପକ୍ଷରୁ ଚଢଉ କରାଯାଇ ୩ ଲକ୍ଷ ୪୨ ହଜାର ୫୦୦ ଟଂକା, ପଦ୍ମପୁର ଥାନା ପକ୍ଷରୁ ଚଢଉ କରାଯାଇ ୩ ଲକ୍ଷ ୧୮ ହଜାର ୫୦୦ ଟଂକା, ଗୁଣୁପୁର ଥାନା ପକ୍ଷରୁ ଯାଞ୍ଚ କରାଯାଇ ୬ ଲକ୍ଷ ୨୧ ହଜାର ଟଂକା, ପୁଟାସିଂ ଥାନା ପକ୍ଷରୁ ଚଢଉ କରାଯାଇ ୯୦ ହଜାର ଟଂକା, ରାମନାଗୁଡା ଥାନା ପକ୍ଷରୁ ଚଢଉ କରାଯାଇ ୪ ଲକ୍ଷ ୮୦ ହଜାର ଟଂକା, ରାୟଗଡା ଥାନା ପକ୍ଷରୁ ଚଢଉ କରାଯାଇ ୮ ଲକ୍ଷ ୯୮ ହଜାର ଟଂକା, ଶେଷଖାଲ ଥାନା ପକ୍ଷରୁ ଚଢାଉ କରାଯାଇ ୨ ଲକ୍ଷ ୯୫ ହଜାର ଟକା, ଗୁଡାରି ଥାନା ପକ୍ଷରୁ ଚଢଉ କରାଯାଇ ୪ ଲକ୍ଷ ୩ ହଜାର ଟଂକା ଜୋରିମାନା ଆଦାୟ କରାଯାଇଛି।
ଏଥିସହ ଜିଲ୍ଲାରେ ୧୭ଟି ଥାନା ପକ୍ଷରୁ ଯାଞ୍ଚ ବେଳେ ୫୩ ଜଣ ମଦ ପିଇ ଗାଡି ଚଲାଉଥିବା ବେଳେ ଧରାପଡିଥିବା ବେଳେ ୧୧ ଜଣ ନାବାଳକ ଗାଡି ଚଳାଇ ଧରାପଡି ଜୋରିମାନା ଦେଇଛନ୍ତି। ୪୮୯ ଜଣଙ୍କର ଡ୍ରାଇଭିଂ ଲାଇସେନସକୁ ରଦ୍ଦ କରାଯାଇଥିବା ବେଳେ ୧୩୯୩ ଜଣ ଲୋକ ଗାଡି ଚଲାଇବା ବେଳେ ସିଟ ବେଲ୍ଟ ବାନ୍ଧିନଥିବାରୁ ଜରିମାନା ଦେଇଛନ୍ତି। ବିନା ଲାଇସେନସରେ ୪୭୭ ଜଣ ବ୍ୟକ୍ତି ଧରାପଡି ଜରିମାନା ଦେଇଛନ୍ତି। ଟ୍ରାଫିକ ନିୟମକୁ ବେଖାତିର କରି ୧୦୮୩ ଜଣ ଫାଇନ ଦେଇଛନ୍ତି।
ତେବେ ରାଜ୍ୟ ସରକାରଙ୍କର ଏହି ନିର୍ଦେଶକୁ ଲୋକେ ଜାଣିପାରିନଥିବା ବେଳେ ଅଚାନକ ଚଢଉରେ ଲୋକ ଅତିଷ୍ଠ ହୋଇପଡିଲେ। ଏପରିକି ପୁଲିସ କିଛି ଲୋକଙ୍କୁ ମାରଧର ଏବଂ ଠେଲାପେଲା ମଧ୍ୟ କରିଛି। ଗୁଣୁପୁରରେ ମଧ୍ୟ ଜଣେ ଶିକ୍ଷାବିତଙ୍କୁ ପୁଲିସ ଠେଲାପେଲା କରିବା ନେଇ ବେଶ ଚର୍ଚ୍ଚା ଉତ୍ତେଜନା ସୃଷ୍ଟି ହୋଇଥିଲା। ଜିଲ୍ଲାରେ ଜଣକର ମଧ୍ୟ ଦୁର୍ଘଟଣାରେ ଆହତ କିମ୍ବା ପ୍ରାଣହାନୀ ହୋଇନଥିବା କୁହାଯାଇଥିବା ବେଳେ ଗତକାଲି ରାତିରେ ଏକ ସଡକ ଦୁର୍ଘଟଣାରେ ରାୟଗଡାରେ ଜଣେ ଯୁବକର ଅକାଳ ମୃତ୍ୟୁ ହୋଇଥିଲା। ତେବେ ଏହି ସପ୍ତାହରେ ପୁଲିସର ଏଭଳି ଚଢଉଆଗକୁ ଲୋକଙ୍କୁ କେତେ ସଚେତନ କରାଉଛି ଦେଖିବାକୁ ବାକି ରହିଲା।