ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ପିଲାଏ ଦେଖିଲେ ବସ୍ତୁର ଶୁନ୍ୟ ଛାୟା ଅବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପାଲେନଟାରିୟମ ଠାରେ ବିନା ଛାଇର ଦିନ ପାଳିତ ହୋଇଛି। ପୂର୍ବାହ୍ନ ୧୧ଟା ୪୩ ମିନିଟ୍‌ ସମୟରେ ଏହି ବିରଳ ଜାଗତିକ ଘଟଣା ଘଟିଥିଲା। ପ୍ଲାନେଟାାିୟମ ପରିସରରେ ସ୍ତମ୍ଭ ଆକାରରେ ରଖାଯାଇଥିବା କିଛି ରଡ୍ର ଛାଇ ତଳେ ପଡ଼ି ନ ଥଇଳା। ଏହାକୁ ସେଠାରେ ଉପସ୍ଥିତ ଥିବା ଶହଶହ ଛାତ୍ରଛାତ୍ରୀ, ଅଭିଭାବକ ଦେଖିବାର ସୁଯୋଗ ପାଇଥିିଲେ।
ସୂର୍ଯ୍ୟ ଓ ସେହି ସ୍ଥାନର ଅବସ୍ଥିତି ଯୋଗୁଁ ଏପରି ହୋଇଥିଲା। ଯେତେବେଳେ ସୂର୍ଯ୍ୟ କୌଣସି ସ୍ଥାନର ଅବସ୍ଥିତି ଅର୍ଥାତ ଅକ୍ଷାଂଶ ଓ ଦ୍ରାଘିମାରେ ଅବସ୍ଥାନ କରନ୍ତି, ସେତେବେଳେ ସେହି ସ୍ଥାନରେ ଛାଇ ଦୃଶ୍ୟମାନ ହୁଏ ନାହିଁ । ଏହାକୁ ଶୂନ୍ୟ ଛାୟା ଅବସ୍ଥା ବୋଲି କୁହାଯାଏ । ଏହି ଦିନକୁ ଶୂନ୍ୟ ଛାୟା ଦିବସ କୁହାଯାଏ ।

ସମ୍ବନ୍ଧିତ ଖବର