ଆନନ୍ଦପୁର: ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଆନନ୍ଦପୁର ଥାନାରେ ହାଜର ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ୩୪ ନମ୍ବର ଜିଲ୍ଲାପରିଷଦ ଜୋନ୍ର ବିଜେପି ପ୍ରାର୍ଥୀ ବିବେକାନନ୍ଦ ରାଉତ (ବାଜୁଆ)। ସେ ଆଜି ସନ୍ଧ୍ୟାରେ ଥାନାରେ ହାଜର ହୋଇ ନିଜ ପକ୍ଷ ରଖିଥିବା ଆନନ୍ଦପୁର ଥାନା ଅଧିକାରୀ ମନୋରଂଜନ ପ୍ରଧାନ କହିଛନ୍ତି।
ମିଥ୍ୟା ସତ୍ୟପାଠ ଦାଖଲ ନେଇ ନିର୍ବାଚନ ଅଧିକାରୀ ତଥା ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ଅଭିଯୋଗକ୍ରମେ ଆନନ୍ଦପୁର ଥାନାରେ ତାଙ୍କ ବିରୋଧରେ କେସ୍ ନମ୍ବର ୩୨/୨୦୨୨ ଦଫା ୧୭୭/୧୮୧/୪୬୫/୪୨୦ରେ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/anandapur-ps.jpg)