ଗୋପ: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁ ଆଜି ସକାଳେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ଭୁବନେଶ୍ୱରର ଶିଶୁପାଳଗଡ଼ରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ସେ ବିଜେଡିର ନେତା ଥିଲେ। ତାଙ୍କର ପତ୍ନୀ ଓ ଏକ ପୁଅ ଅଛନ୍ତି।
ଏଣେ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। “ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ବୋଲି ସେ ଏହି ସୋସିଆଲ ମିଡିଆରେ ସୂଚନା ଦେଇଥିବା ଜଣାଯାଇଛି। ତାଙ୍କ ପରିବାରରେ ରାଜନୈତିକ ସମସ୍ୟା ଥିବା ସେ କହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2022/09/370d79c8-fcfd-4433-aae0-8fe28e1b94a3-135x300.jpg)
ସୂଚନାଯୋଗ୍ୟ, ତାଙ୍କ ଘରେ ସବୁବେଳେ ପାରିବାରିକ କଳହଲାଗି ରହୁଥିବାରୁ ଧର୍ମେନ୍ଦ୍ର ପୂର୍ବରୁ ଥରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପରେ ବି ତାଙ୍କ ଦାମ୍ପତ୍ୟ ଜୀବନରେ କୌଣସି ସୁଧାର ଆସି ପାରି ନ ଥିଲା। ଏହି କାରଣରୁ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁ ପୁଣିଥରେ ଆତ୍ମହତ୍ୟା ଉଦ୍ୟମ କରି ସେଥିରେ ସଫଳ ହୋଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/ZP-Member-Suicide_Thumbnail.jpg)