ଭୁବନେଶ୍ବର : ଆସନ୍ତା ୨୫ତାରିଖରେ ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ ହେବ। ଜିଲ୍ଲା ପରିଷଦ ସଭ୍ୟମାନେ ଭୋଟ୍ ଦେଇ ଉପସଭାପତି ବାଛିବେ। ତେଣୁ ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ପ୍ରସ୍ତୁତି କରିବାକୁ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।
ଜିଲ୍ଲା ପରିଷଦ ସଭାପତି, ବ୍ଲକ ଅଧ୍ୟକ୍ଷ, ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଯେପରି ହୋଇଛି ସେହି କାର୍ଯ୍ୟସୂଚୀ ଅନୁସାରେ ଜିଲ୍ଲା ଉପସଭାପତି ନିର୍ବାଚନ କରିବାକୁ କୁହାଯାଇଛି।
୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ପଦବି ବିଜେଡି ହାତେଇଥିବାବେଳେ ଉପସଭାପତି ପଦବି ବି ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି।
ଅପରପକ୍ଷେ ଆଜି ୩୧୪ଟି ବ୍ଲକରେ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି। ବହୁ ସ୍ଥାନରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ହେଲେ କେଉଁ ଦଳର ସମର୍ଥିତ ପ୍ରାର୍ଥୀ କେତେ ଆସନ ହାତେଇଛନ୍ତି ସେନେଇ କୌଣସି ରାଜନୈତିକ ଦଳ ପକ୍ଷରୁ କିଛି ଦାବି କରାଯାଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/election-ffaaa.jpg)