ରାଜ୍ୟରେ ମଦ ହୋମ୍ ଡେଲିଭରି କରିବେ ଜମାଟୋ ଓ ସ୍ୱିଗି, ଅନୁମତି ଦେଲା ଅବକାରୀ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ମଦ ହୋମ୍ ଡେଲିଭରି କରିବା ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଘରୋଇ କମ୍ପାନି ଜମାଟୋ ଓ ସ୍ୱିଗିକୁ ଅନୁମତି ପ୍ରଦାନ କରିଛନ୍ତି । ଏ ନେଇ ଆଜି ଅବକାରୀ କମିସନର ଅଞ୍ଜନ କୁମାର ମାଣିକ ବିଜ୍ଞପ୍ତି ଜାରି କରିଛନ୍ତି। ସୂଚନା ଅନୁସାରେ ଜମାଟୋ ଓ ସ୍ୱିଗି ମଦର ହୋମ୍ ଡେଲିଭରି ଲାଗି ଆବେଦନ କରିଥିଲେ।

ସେମାନଙ୍କ ଆବେଦନ ମୁତାବକ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀରେ ଜମାଟୋ ମଦ ହୋମ୍ ଡେଲିଭରି କରିବ । ସେହିଭଳି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ସ୍ୱିଗି ମଦ ହୋମ୍ ଡେଲିଭରି କରିବ । ରାଜ୍ୟରେ ମଦ ହୋମ ଡେଲିଭରି କରିବା ପାଇଁ ପୂର୍ବରୁ ଉଭୟ ଜମାଟୋ ଓ ସ୍ୱିଗି ଆବେଦନ କରିଥିଲେ ।

ଓଡ଼ିଶାରେ ଆସନ୍ତା ରବିବାରଠାରୁ ମଦର ହୋମ ଡେଲିଭରି ହେବ ବୋଲି ଶନିବାର ରାଜ୍ୟସରକାର ଅନୁମତି ଦେଇଛନ୍ତି। ତେବେ ହୋମ୍ ଡେଲିଭରି ମଦ ପାଇଁ ଉତ୍ସୁକ ଥିବା ଗ୍ରାହକ ଓ ଡେଲିଭରି ସେବାରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ରହିଛି କିଛି ସର୍ତ୍ତ ।

ସମ୍ବନ୍ଧିତ ଖବର