ଭୁବନେଶ୍ବର : ‘ସମ୍ବାଦ’ର ୩୯ତମ ସ୍ବନକ୍ଷତ୍ର ଅବସରରେ ଜୋନ୍ ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ବିତର୍କ ପ୍ରତିଯୋଗିତା ଏବ˚ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍’ ପକ୍ଷରୁ ସାରେଗାମା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ‘ସମ୍ବାଦ’ର ୯ଟି ଜୋନ୍ ଭୁବନେଶ୍ବର, କଟକ, ଅନୁଗୁଳ, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଜୟପୁର ଓ ଯାଜପୁରରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଦୁଇଟି ଯାକ ପ୍ରତିଯୋଗିତାରେ ୯୦୪ଜଣ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ବିତର୍କରେ ୩୯୫ ଜଣ ଭାଗ ନେଇଥିବା ବେଳେ ସାରେଗାମାରେ ୫୦୯ଜଣ ଭାଗ ନେଇଥିଲେ। ଏହି ଦୁଇଟି ଯାକ ପ୍ରତିଯୋଗିତାରେ କେବଳ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ।
/sambad/media/post_attachments/wp-content/uploads/2022/09/m18-1-750x430.jpg)
ଭୁବନେଶ୍ବର ଜୋନ୍ରେ ବିତର୍କରେ ୪୨ଜଣ ଓ ସାରେଗାମାରେ ୫୩ ଜଣ ଭାଗ ନେଇଥିବା ବେଳେ ବାଲେଶ୍ବର ଜୋନ୍ରେ ୩୪ଜଣ ବିତର୍କରେ ଓ ୪୩ଜଣ ସାରେଗାମାରେ ଭାଗ ନେଇଥିଲେ। ଜୟପୁର େଜାନ୍ରେ ୫୪ଜଣ ବିତର୍କରେ ଓ ୭୮ଜଣ ସାରେଗାମାରେ, ବ୍ରହ୍ମପୁର ଜୋନ୍ରେ ୩୮ଜଣ ବିତର୍କରେ ଓ ୫୩ଜଣ ସାରେଗାମାରେ ଭାଗ ନେଇଥିଲେ। ସେହିପରି ସମ୍ବଲପୁର ଜୋନ୍ରେ ବିତର୍କରେ ୬୩ଜଣ ଓ ସାରେଗାମାରେ ୬୯ଜଣ, କଟକ ଜୋନ୍ରେ ୨୬ଜଣ ବିତର୍କରେ ଓ ସାରେଗାମାରେ ୪୬ଜଣ, ଯାଜପୁର ଜୋନ୍ରେ ବିତର୍କରେ ୫୪ ଓ ସାରେଗାମାରେ ୫୯ ଜଣ, ରାଉରକେଲା ଜୋନ୍ରେ ବିତର୍କରେ ୩୩ ଜଣ ଓ ସାରେଗାମାରେ ୩୮ଜଣ ଏବଂ ଅନୁଗୁଳ ଜୋନ୍ରେ ବିତର୍କରେ ୫୧ଜଣ ଓ ସାରେଗାମାରେ ୭୦ଜଣ ଭାଗ ନେଇଥିଲେ।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ରବିବାର ସକାଳ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହାର ୧ଘଣ୍ଟା ପୂର୍ବରୁ ବିତର୍କର ବିଷୟବସ୍ତୁ ଘୋଷଣା କରାଯାଇଥିଲା। ବିଷୟ ଥିଲା ‘ଆତ୍ମହତ୍ୟା ପାଇଁ ପରିବାର ଦାୟୀ’। ପ୍ରତିଯୋଗୀମାନେ ଏହି ବିଷୟବସ୍ତୁ ସପକ୍ଷରେ/ବିପକ୍ଷରେ ନିଜର ମତ ରଖିଥିଲେ। ବିଚାରକମାନେ ପ୍ରତିଯୋଗୀଙ୍କ ଭାଷା, ବିଷୟ ଓ ତର୍କକୁ ନେଇ ମାର୍କ ଦେଇଥିଲେ।
/sambad/media/post_attachments/wp-content/uploads/2022/09/IMG_1399-750x430.jpg)
ସେହିପରି ସାରେଗାମା ପ୍ରତିଯୋଗିତାର ପ୍ରତିଯୋଗୀମାନେ ଓଡ଼ିଆ ବା ହିନ୍ଦୀ ଭାଷାର ଲଘୁ କଣ୍ଠ ସଙ୍ଗୀତ (ଭଜନ/ଆଧୁନିକ) ଗାଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ପ୍ରତିଯୋଗିତା ଶେଷ ହେବା ପରେ ପୁରସ୍କୃତ କରାଯାଇଥିଲା।
ପ୍ରତି ଜୋନ୍ରେ ଉଭୟ ପ୍ରତିଯୋଗିତାର ପ୍ରଥମ ତିନିଟି ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଛି। ଏହି କୃତୀ ପ୍ରତିଯୋଗୀମାନେ ଆସନ୍ତା ଅକ୍ଟୋବର ୮ ତାରିଖରେ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବେ। ଉକ୍ତ ଦିନର କାର୍ଯ୍ୟସୂଚୀ ସମ୍ପର୍କରେ ଖୁବ୍ ଶୀଘ୍ର ସବିଶେଷ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବ।
/sambad/media/post_attachments/wp-content/uploads/2022/09/sare-750x430.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/saregama-photo.jpg)