ଯାଦବ ମହାସଭାର ଜୋନସ୍ତରୀୟ ବୈଠକ           

ଜୟପୁର: ସ୍ଥାନୀୟ ସତସଙ୍ଗ ବିହାର ଠାରେ ଜୋନ୍ ସ୍ତରୀୟ ଯାଦବ ମହାସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସଭ୍ୟ ଓ କର୍ମକର୍ତ୍ତା ମାନେ ଭାଗ ନେଇଥିଲେ। ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରଦୀପ ବେହେରା , ମୁଖ୍ୟବକ୍ତା ଭାବେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ତଥା କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ , ସମ୍ମାନୀତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ହୃଷୀକେଶ ଗୌଡ଼, କୀର୍ତ୍ତନ ନାୟକ, ରାଜ୍ୟ ଯୁବ ଯାଦବ ସାଧାରଣ ସମ୍ପାଦକ ଅମିତ ନାୟକ ଯୋଗ ଦେଇଥିଲେ । ବୈଠକରେ ପ୍ରତେକ ବ୍ଲକରେ ଯାଦବ ସମ୍ମିଳନୀ ସହ କର୍ମକର୍ତ୍ତା ଚୟନ ନେଇ ନିଷ୍ପତ୍ତି ହୋଇଥିଲା।

ଏହି ଅବସରରେ ନରେଶ ମହାକୁଳଙ୍କୁ କୋରାପୁଟ ଜିଲ୍ଲା ଯୁବ ଯାଦବ ସଭାପତି ଏବଂ ଚନ୍ଦନ ନାୟକଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ରାଜ୍ୟ କିମ୍ବା କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରୁନଥିବା ବେଳେ ଯାଦବ ମହାସଭା ପକ୍ଷରୁ ନିଜସ୍ବ ଏହା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କୋରାପୁଟ ଜିଲ୍ଲା ଉପଦେଷ୍ଟା ସାଥୀରାମ ଗୌଡ଼, କପିଳ ଚରଣ ମହାକୁଳ, ସଭାପତି ମଦନମୋହନ ନାୟକ, ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, କନ୍ଧମାଳ ସମ୍ପାଦକ ବାଳକୃଷ୍ଣ ଜୁଣ୍ଡି, ମାଲକାନଗିରି ସଭାପତି ପରମେଶ୍ୱର ପାତ୍ର, ନବରଙ୍ଗପୁର ସଭାପତି ଜ୍ୟୋତି ରଞ୍ଜନ କଂସ, ମନୋଜ ମହାଙ୍କୁଡ଼, ବିଜୟ ଯାଦବ, କଳାହାଣ୍ଡି ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଯୁବ ସଭାପତି ଗୋବିନ୍ଦ ବଞ୍ଚଛୋର, ହରି ଗୌଡ଼, ରଞ୍ଜନ କୁମାର ଗୌଡ଼ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ଯାଦବ ଜାତିର ସାମଗ୍ରୀକ ବିକାଶ ପାଇଁ ସତସଙ୍ଗ ବିହାର କମିଟି ପକ୍ଷରୁ ସଭାପତି ବିନୋଦ ମହାପାତ୍ର ଏବଂ ସଭ୍ୟ ଚନ୍ଦ୍ରକାନ୍ତ ସୁତାର ପ୍ରମୁଖ ନିଜ ବିଚାର ରଖିଥିଲେ ।

 

ସମ୍ବନ୍ଧିତ ଖବର