‘ସମ୍ବାଦ’ ଜୋନସ୍ତରୀୟ ବିତର୍କ ଓ ସାରେଗାମା ବାର୍ଷିକ ପ୍ରତିଯୋଗିତା

ଜୟପୁର: ‘ସମ୍ବାଦ’ ଜୟପୁର ସଂସ୍କରଣ ପକ୍ଷରୁ ଜୋନ୍‌ସ୍ତରୀୟ ସାରେଗାମା ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜୟପୁର ସଂସ୍କରଣର ଶାଖା ପରିଚାଳକ ତ୍ରିନାଥ ଖାଡଙ୍ଗାଙ୍କ ସଭାପତିତ୍ବରେ ସ୍ଥାନୀୟ ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଦେଇଥିଲେ। ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ସଙ୍ଗୀତ ହେଉଛି ସାଧନା, ତେଣୁ ନିୟମିତ ଅଭ୍ୟାସ ଦ୍ବାରା ନିଶ୍ଚିତ ସିଦ୍ଧି ମିଳିବ ବୋଲି ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ। ‌ସେହିପରି କଳା କ୍ଷେତ୍ରରେ ସଫଳତା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସେହି ସୁଯୋଗକୁ ଉପଲବ୍ଧିରେ ପରିଣତ କରିବାକୁ ହେଲେ ଭଲ ପାଠ ପଢ଼ିବା ସହ ସଙ୍ଗୀତ ସାଧନା ମଧ୍ୟ ସମାନ୍ତର ଭାବେ ଜାରି ରଖିବାକୁ ପଡ଼ିବ। ‘ସମ୍ବାଦ’ ଜୟପୁର ସଂସ୍କରଣ ପ୍ରତିବର୍ଷ ଜୋନ୍‌ସ୍ତରୀୟ ପ୍ରତିଯୋଗିତା କରି ପ୍ରଥମ ପର୍ଯ୍ୟାୟ ସୁଯୋଗ ଦେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁଣି ରାଜ୍ୟସ୍ତରରେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେଉଛି ଉପଜିଲ୍ଲାପାଳ କହିଥିଲେ। ଏହି ଅବସରେ ଶ୍ରୀ ଖାଡ଼ଙ୍ଗା କହିଥିଲେ ଯେ, ବହୁ ବର୍ଷ ଧରି ଏହି ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସଫଳ ହୋଇଛି। ଆଜିର ଏହି ଜୋନ୍‌ସ୍ତରୀୟ ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିବାରୁ ଅଭିନନ୍ଦନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ ଜୟପୁର ନଗର ପ୍ରତିନିଧି ଜ୍ଞାନଚାନ୍ଦ୍ ଜଗନ୍ନାଥ ପରିଚାଳନା କରିଥିବା ବ‌େଳେ ସଂପାଦନା ବିଭାଗର ଅଶୋକ କୁମାର ପଲେଇ ମଞ୍ଚ ସଂଯୋଜନା କରିଥିଲେ। ‘ସମ୍ବାଦ’ର ସଂପାଦନା ବିଭାଗ ସହସଂପାଦକ ପ୍ରଦୀପ ପ୍ରଧାନ, ସହସଂପାଦକ ଏସ୍‌. ଅରୁଣ କୁମାର, ସହସଂପାଦକ ଅଂଶୁମାନ ଆଚାର୍ଯ୍ୟ, ବିତ୍ତ ବିଭାଗ ସହକାରୀ ପରିଚାଳକ ଆନନ୍ଦ ଚନ୍ଦ୍ର ଓଝା, ମାନବ ସମ୍ବଳ ବିଭାଗର ତ୍ରିଶୁଳ ସାନ୍ତ୍ରା, ପ୍ରସାର ବିଭାଗର କେ.ଭେଙ୍କଟ ପ୍ରସାଦ ଦୋରା, ଦିଲ୍ଲୀପ ନିଶଙ୍କ, ଘନଶ୍ୟାମ ଦଳାଇ, ସୁରେଶ କୁମାର ନାଇଡୁ, ଶିକ୍ଷକ ଯଜ୍ଞେଶ୍ବର ପଣ୍ଡା, ସ୍ବଚ୍ଛାସେବୀ ସଞ୍ଜୟ କୁମାର ଜୈନ, ବୈଦ୍ୟନାଥ ଖରା, କେଦାର ହରିଜନ ଓ ତୁଳାରାମ ଭୂମିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ‘ସମ୍ବାଦ’ର ଶୁଭେଚ୍ଛୁ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର