ନନ୍ଦନକାନନରେ ପଶିଗଲେ ଜଙ୍ଗଲୀ ହାତୀ, ପର୍ଯ୍ୟଟକଙ୍କ ପାଇଁ ପ୍ରାଣୀ ଉଦ୍ୟାନ ସାମୟିକ ବନ୍ଦ

ଭୁବନେଶ୍ୱର: ନନ୍ଦନକାନନରେ ଦୁଇଟି ଜଙ୍ଗଲୀ ହାତୀ ପଶିଯାଇଛନ୍ତି | ଆଉ ଏହାକୁ ନଜରରେ ରଖି ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି | ତେବେ ବଟାନିକାଲ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି |

ମିଳିଥିବା ସୂଚନା ମୁତାବକ ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ପାଚେରୀ ଭାଙ୍ଗି ହାତୀ ଦୁଇଟି ନନ୍ଦନକାନନକୁ ଆସିଛନ୍ତି | ଏବେ ଜିରାଫ ଖୁଆଡ ପାଖରେ ଦୁଇ ଦନ୍ତା ରହିଥିବାବେଳେ ହାତୀକୁ ଘଉଡାଇବା ଉଦ୍ୟମ ସାମୟିକ ବନ୍ଦ ରହିଛି | ଦିନବେଳେ ଘଉଡାଇଲେ ଅନ୍ୟ ଖୁଆଡ ଭାଙ୍ଗିବା ଆଶଙ୍କା ଥିବାରୁ ଘଉଡାଇବା କାର୍ଯ୍ୟ ବନ୍ଦ କରାଯାଇଛି | ଚନ୍ଦକା ଏବଂ ନନ୍ଦନକାନନ ର ଦୁଇଟି ଟିମ୍ ହାତୀ ଉପରେ ନଜର ରଖିଛନ୍ତି |

ସନ୍ଧ୍ୟା ୫ଟାରେ ପୁଣି ଅପରେସନ ଗଜରାଜ ଆରମ୍ଭ ହେବ | ରାତିହେଲେ ସେହି ରାସ୍ତା ଦେଇ ସେମାନଙ୍କୁ ଘଉଡାଯିବ ବୋଲି ଜଣାପଡିଛି | ତେବେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି |

ସମ୍ବନ୍ଧିତ ଖବର