ବାଲେଶ୍ବର: ଯେତେ ଝଡ଼ଝଞ୍ଜା ଆସିଲେ ବି ବାହାଘର ଭଳି ମାଙ୍ଗଳିକ କାର୍ଯ୍ୟରେ ବାଧକ ସାଜିବାକୁ କେହି କେବେ ଚାହାନ୍ତିନାହିଁ। କିନ୍ତୁ କରୋନା ସଂକ୍ରମଣର ଭୟଙ୍କର ସ୍ଥିତି ଯୋଗୁଁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରଶାସନ ବାଧ୍ୟ ହୋଇଛି। ଘଟଣାକ୍ରମରେ ଆଜି ପଶ୍ଚିମବଙ୍ଗରୁ ବାଲେଶ୍ବର, ଭଦ୍ରକ ଏବଂ ଅନ୍ୟ ଜିଲ୍ଲାକୁ ବାହା ହେବାକୁ ଆସୁଥିବା କିଛି ବର ଓ କନ୍ୟାଙ୍କୁ ଜଳେଶ୍ବର ସ୍ଥିତ ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ପ୍ରବେଶ ଅନୁମତି ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ କରୋନା ଦିନକୁଦିନ ଭୟଙ୍କର ରୂପ ନେଉଥିବା ବେଳେ ପ୍ରତିଦିନ ଶହଶହ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଘରମୁହାଁ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୀମାରେ ଯାଞ୍ଚ୍ ପ୍ରକ୍ରିୟା କଡ଼ାକଡ଼ି କରାଯିବା ସହିତ ପତ୍ୟେକ ବ୍ୟକ୍ତିଙ୍କୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।
/sambad/media/post_attachments/wp-content/uploads/2021/04/e59d87c6-8218-4bf6-909a-5b446f0899f4-300x225.jpg)
ସେହି ଅନୁସାରେ ଆଜି ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ବର ସ୍ଥିତ ତନଖି ଫାଟକ ନିକଟରେ ପ୍ରଶାସନ ତରଫରୁ ଯାଞ୍ଚ୍ ଚାଲିଥିବା ବେଳେ ପଶ୍ଚିମବଙ୍ଗରୁ ୫ଟି ବରଗାଡ଼ି ଏବଂ ଗୋଟିଏ କନ୍ୟାଗାଡ଼ିକୁ ଅଟକ ରଖାଯାଇଥିବା ଦେଖାଯାଇଥିଲା। ଏମାନେ ବାଲେଶ୍ବର, ଭଦ୍ରକ ଏବଂ ଅନ୍ୟଜିଲ୍ଲାକୁ ବାହାହେବା ପାଇଁ ଆସୁଥିବା ବେଳେ ସାଙ୍ଗରେ ଆରଟିପିଆର ନେଗେଟିଭ ରିପୋର୍ଟ ଆଣିନଥିବାରୁ ଅଟକା ଯାଇଥିବା ଜଣାଯାଇଥିଲା। ଘଣ୍ଟା ଘଣ୍ଟା ଧରି ବର ଓ କନ୍ୟାପକ୍ଷ ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଅନୁରୋଧ ଶୁଣାଯାଇନଥିଲା। ଟାଣଖରାରେ ୨/୩ଘଣ୍ଟା କାଳ ହଟହଟା ହେବା ପରେ ସମସ୍ତେ ଫେରିଯାଇଥିବା ଦେଖାଯାଇଥିଲା।
/sambad/media/post_attachments/wp-content/uploads/2021/04/e79c51de-9948-41b4-b0e8-fc93a026f707-300x225.jpg)
ଅନ୍ୟପକ୍ଷରେ ବାଲେଶ୍ବର ବାରବାଟୀ ସ୍ଥିତ ଓଲନ୍ଦାଜସାହିକୁ ବାହାହେବାକୁ ଆସୁଥିବା ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲା ଦାନ୍ତୁନ ଅଞ୍ଚଳର ବର ତଥା ଶଶଧର ଦେଙ୍କ ପୁଅ ଦେବାଶିଷଙ୍କୁ ଜଳେଶ୍ବର ତନଖି ଫାଟକରୁ ଫେରାଇ ଦିଆଯାଇଥିବାବେଳେ ସେ ଅପରାହ୍ଣ ସାଢ଼େ ୩ଟା ବେଳେ ଆସି କନ୍ୟାଘରେ ପହଞ୍ଚିଥିଲେ। ଶୁଭବେଳା ଗଡ଼ି ଯାଇଥିଲେ ହେଁ ବରକନ୍ୟାଙ୍କୁ ବେଦୀରେ ବସାଯାଇ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଏନେଇ କନ୍ୟାପକ୍ଷ ତରଫରୁ କୁହାଯାଇଛି ଯେ, ବାହାଘର ପାଇଁ ବହୁ ପୂର୍ବରୁ ତିଥି, ବାର ଆଦି ଧାର୍ଯ୍ୟ ହୋଇସାରିଥିବା ବେଳେ ଆଜି କରୋନା ପାଇଁ ହଠାତ୍ ସୀମାରେ ଏପରି କଡ଼ା କଟକଣା ହେବା ଆମେ ଜାଣିନଥିଲୁ। ତେଣୁ ମଙ୍ଗୁଳା ହେବା ପରେ ବାହାଘର ଅଟକିବା ପରମ୍ପରା ନଥିବାରୁ ପ୍ରଶାସନକୁ ଅନୁରୋଧ କରି ବରକୁ ଛାଡ଼ିବାକୁ ଅନୁମତି ମାଗିଥିଲୁ। ସେମାନେ ଅନୁମତି ଦେବା ପରେ ସମ୍ପୂର୍ଣ୍ଣ କୋଭିଡ କଟକଣାରେ ବାହାଘର କାମ ସାରିଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/74da656d-0942-45ec-8cb7-438011a4a88f.jpg)