ଖୋର୍ଦ୍ଧା: ଶୁକ୍ରବାର ରାତିରୁ ଶନିବାର ସକାଳ ଯାଏଁ ଟାଙ୍ଗୀ ତହସିଲ୍ଦାରଙ୍କ ନେତୃତ୍ୱରେ ମାରଥନ୍ ଚଢ଼ଉ କରାଯାଇ ୧୦ଟି ଟ୍ରକ୍, ୩ଟି ଟ୍ରାକ୍ଟର୍ ଓ ଗୋଟିଏ ଟ୍ରାକ୍ଟର୍-କମ୍-କମ୍ପ୍ରେସର୍ ସମେତ ୧୪ଟି ଗାଡ଼ି ଜବତ କରାଯାଇଛି।
ତହସିଲଦାର ଆଶିଷ କୁମାର ଜେନାଙ୍କ ନେତୃତ୍ୱରେ ତହସିଲର ଅନ୍ୟାନ୍ୟ କର୍ମଚାରୀ ଓ ପୁଲିସ ଏହି ଚଢ଼ଉରେ ସାମିଲ ହୋଇଥିଲେ। ନୂଆ ଜଗନ୍ନାଥ ସଡ଼କ ଅନ୍ତର୍ଗତ ଲେଣ୍ଡାରୁ କଇଥାପଲ୍ଲୀ ଅଞ୍ଚଳ ୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଏହି ଗାଡ଼ିଗୁଡ଼ିକୁ ଜବତ କରାଯାଇଥିଲା।
ଏ ଅଞ୍ଚଳରେ ଗତ ୩ ବର୍ଷ ହେବ କାହାକୁ ଖଣି ଲିଜ୍ ଦିଆ ନ ଯାଇଥିବା ସତ୍ତ୍ୱେ ରାତି ଅଧ ପରେ ବେଆଇନ୍ ଭାବେ ଏଠାରୁ ମୁଗୁନି ପଥର, ଗେଙ୍ଗୁଟି ଏବଂ ବାଲି ଆଦି ଖୋଳା ଯାଇ ଚୋରା ଚାଲାଣ କରାଯାଉଛି।