ଭୁବନେଶ୍ୱର: ଅକ୍ଟୋବର ୨ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଜୟନ୍ତ୍ରୀ ଉପଲକ୍ଷେ ଭୁବନେଶ୍ୱର ସହିଦନଗରସ୍ଥିତ ମା’ ଖଣ୍ଡୁଆଳୀ ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଫେଇ ଶୋଭା ଯାତ୍ରା ମା’ ଖଣ୍ଡୁଆଳୀ ମନ୍ଦିର ପ୍ରାଙ୍ଗଣରୁ ବାହରି ବାଣୀବିହାର ଛକ, ରୂପାଲି ଛକ ଦେଇ ସହିଦନଗରରେ ପହଞ୍ଚିଥିଲା। ଏହି ସଂଘ ପକ୍ଷରୁ ସମସ୍ତ ସଦସ୍ୟମାନେ ପଲିଥିନ୍ ବ୍ୟବହାର ନକରିବା ପାଇଁ ସତ୍ୟପାଠ କରିଥିଲେ । ଏଥିସହିତ ସମସ୍ତ ବ୍ୟବସାୟୀଙ୍କୁ ପଲିଥିନ୍ ବ୍ୟବହାର ନକରିବା ପାଇଁ ଅନୁରୋଧ କରିଥିଲେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp