ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପିଙ୍କ ସମ୍ମୁଖରେ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଘରକୁ ଫେରିଆସ ଯୋଜନାରେ ଏମାନେ ପ୍ରଭାବିତ ହୋଇ ସଂଗଠନ ଛାଡିଥିବା କହିଛନ୍ତି। ଜାଟଲୁର ଏଲଓସି କମାଣ୍ଡର ଅଶୋକ ତାମୁ ଏହି ନକ୍ସଲମାନଙ୍କୁ ସଂଗଠନରେ ଜଡିତ କରି ସରକାରୀ ଏବଂ ପୁଲିସ ବିରୋଧ କାର୍ଯ୍ୟରେ ଲଗାଉଥିଲେ। ଏମାନେ ହେଲେ ରମେଶ ମୋହଦା, ରାଜେଶ କୁମାର ମୋହଦା ଏବଂ ସାଧୁ ପଲ୍ଲୋ ଅରଫ ମୁକେଶ। ଏମାନେ ଗତ ୨୦୦୭ ମସିହାରୁ ସଂଗଠନରେ ଜଡିତ ହୋଇ କାମ କରୁଥିଲେ। ସଂଗଠନରେ ପୂର୍ବଭଳି ଆଉ ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ ହେଉନଥିବା ସହ ଗରିବ, ଖଟିଖିଆ, ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରାଯାଉଥିବାରୁ ସଂଗଠନ ଛାଡିବା ପାଇଁ ଏମାନେ ମନ ବଳାଇଥିଲେ। ଶେଷରେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକିକ ଜୀବନ ଖୁସିରେ କଟାଇବେ ବୋଲି କହିଥିଲେ। ପୁଲିସ ପ୍ରଶାସନ ତରଫରୁ ଏମାନଙ୍କୁ ଆର୍ଥିକ ସହୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।
ଘରକୁ ଫେରିଆସ ଯୋଜନା: ଆତ୍ମସମର୍ପଣ କଲେ ୩ ନକ୍ସଲ
/sambad/media/post_attachments/wp-content/uploads/2022/06/Mkg-3-naxal-surrender.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)