କଟକ : ଚିଟ୍ଫଣ୍ତ୍ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ କମିସନ୍ ୩୦ଟି ଅର୍ଥଲଗାଣକାରୀ ସଂସ୍ଥାର ପ୍ରାୟ ୨୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ସାଇନ ଇଣ୍ଡିଆ ଗ୍ରୁପର ଦୁଇଟି ତଦନ୍ତ ମାମଲାର ଶୁଣାଣି କରି କମିସନ୍ ୫ ହଜାର ୪୬ଜଣ କ୍ଷୁଦ୍ର ଜମାକାରରୀଙ୍କୁ ଚିହ୍ନଟ କରିଛନ୍ତି। ସେହିଭଳି ପ୍ରୟାଗ ଗ୍ରୁପର ୪ ହଜାର ୧୯୪ ଜଣ, ରିୟଲ ଭିଜନ ଗ୍ରୁପର ୧ ହାଜର ୬୯୦ ଜଣ, ସର୍ଭୋଦୟ ଗ୍ରୁପ୍ ଅଫ୍ କମ୍ପାନିଜର ୧ ହଜାର ୫୬୨ ଜଣ, ସେଲ୍ଟର ଗ୍ରୁପ/ସେଲ୍ଟର ଏଗ୍ରିଟେକର ୧ ହଜାର ୪୪୦ ଜଣ, ସେର୍ଭାଦୟ ସଷ୍ଟମ୍ସର ୧ ହଜାର ୪୪୦ ଜଣ ଓ ଏସଏଲବି ଗ୍ରୁପର ୬୭୭ଜଣ କ୍ଷୁଦ୍ର ଜମାକରୀଙ୍କୁ କମିସନ୍ ଚିହ୍ନଟ କରିଛନ୍ତି। ଏ ଗୁଡିକ ମଧ୍ୟରେ କେତେକ ରାଜ୍ୟ ବାହାର କମ୍ପାନି ରହିଛି। ଏହି ସବୁ କମ୍ପାନିର ମୁଖ୍ୟ ତଥା ପଦାଧିକାରୀଙ୍କୁ କମିସନ୍ ନୋଟିସ୍ ଜାରି କ୍ଷୁଦ୍ର ଜମାକାରୀଙ୍କ ଦାବି ପ୍ରସଂଗରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତଦନ୍ତ ମାମଲାର ଶୁଣାଣି ସମୟରେ ସଂସ୍ଥାର କୌଣସି ପଦାଧିକାରୀ କିମ୍ବା ପ୍ରତିନିଧି କମିସନଙ୍କ ନିକଟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଜମାକରୀଙ୍କ ସତ୍ୟପାଠରେ ଥିବା ତଥ୍ୟ ଆଧାରରେ କମିସନ୍ ଏହି ସବୁ ସଂସ୍ଥାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟରେ ଏହି ଜମାକରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯିବ ବୋଲି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୁଦ୍ର ଜମାକାରୀ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରାଯାଉଥିବା ବେଳେ ତିନି ମାସ ଭିତରେ କମିସନ୍ ସରକାରଙ୍କୁ ସପ୍ତମ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।
ଜଷ୍ଟିସ୍ ଏମ୍.ଏମ୍.ଦାସ କମିସନ : ଖୁବଶୀଘ୍ର ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ
/sambad/media/post_attachments/wp-content/uploads/2019/05/mm-das-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)