ପୁରୀ : ରଥଖଳାରେ ଆଜି ତିନିରଥର ପାଞ୍ଚଦଣ୍ଡାର ଉଭୟ ପାର୍ଶ୍ୱରେ କୁଡୁକା ସହ ପାର୍ଶ୍ୱଦଣ୍ଡା ଲାଗି ସେଥିରେ ମୁହାଁଟ ସଂଯୋଗ ହୋଇଛି। ଦୁଇ ପାର୍ଶ୍ୱ ମୁହାଁଟ ମଝିରେ ତିନିଟି ଲେଖାଁଏ ଜକଯନ୍ତ୍ର ଏବଂ ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ସାଲ ଗୁଜ ଉଠି ଉପରେ ନିରାଡ଼ି ପଡ଼ିଛି। ତିନିରଥର ଦଣ୍ଡା ଫ୍ରେମ୍ ନିର୍ମାଣ ଶେଷ ହୋଇଅଛି। ତିନିରଥର ଦଣ୍ଡା ଫ୍ରେମ ଗୁଡିକରେ ପରୀକ୍ଷାମୂଳକ ଭାବେ ତାର ବିଭିନ୍ନ ଅଂଶ ସଂଯୋଗ କରାଯାଉଛି। ଦଣ୍ଡା ଫ୍ରେମ ବା ଚେସିସ ଚକ ଅଖର ଉପରି ଭାଗରେ ସେଟିଙ୍ଗ ପାଇଁ ବିନ୍ଧ କାର୍ଯ୍ୟ ପରେ ନମ୍ବରିଂ ହୋଇ ଖୋଲାଯାଇ ସାଇତା ଯିବ।
ବୁଧବାର ଦିନ ତିନିରଥର ରୂପକାର ସେବକମାନେ ତିନିରଥର ସମସ୍ତ ସାଲଗୁଜ ଏବଂ ତିଖ ଗୁଜରେ ନୃସିଂହ ରୂପ ଖୋଦେଇ ଶେଷ କରିଛନ୍ତି। ଆସନ୍ତାକାଲିଠାରୁ ତିନିରଥର ସିଂହାସନରେ ପୂର୍ଣ୍ଣକୁମ୍ଭ, ପଦ୍ମ, ଗଜ ମାଳ, ଡାଳିଲତା ଖୋଦେଇ କାମ ଆରମ୍ଭ କରିବେ। କରତି ସେବକମାନେ ଦେବୀ ରଥ ପୋଲ ଗୟଳ ଚିରଟ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାକ ରେ ଓଝା ସେବକ ମାନେ ଯୋଖା କଣ୍ଟା ଚାରି ନାହାକା ପାଇଁ ଚଣାକ କଣ୍ଟା ନିର୍ମାଣ କରୁଛନ୍ତି।