ବରଗଡ଼:ଗତକାଲି ରାତିରେ ପାଇକମାଳ ଥାନା ଅନ୍ତର୍ଗତ ସାଲେପାଲି ଜଙ୍ଗଲରେ ମାଓବାଦୀ ପୁଲିସ ମଧ୍ୟରେ ଗୁଳି ବିନିମୟ ଏବେ ବି ଜାରି ରହିଛି। ପୁଲିସ ଗୁଳିବିନିମୟସ୍ଥଳରୁ ୨ ଜଣ ମାଓବାଦୀଙ୍କ ମୃତଦେହ ଜବତ କରିଛି। ଅପରପକ୍ଷେ ସେହି ଜଙ୍ଗଲରେ କୁମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ଘଟଣାସ୍ଥଳରେ ଆଇଜି ସୁଶାନ୍ତ ନାଥ ଓ ଏସପି ଯୁଗୋଳ କିଶୋର ଉପସ୍ଥିତ ରହିଛନ୍ତି।
ମଙ୍ଗଳବାର ରାତି ୯ଟା ବେଳେ ପାଇକମାଳଠାରୁ ପ୍ରାୟ ୩/୪ କିଲୋମିଟର ଦୂରରେ ଥିବା ସାଲେପାଲି ଗାଁରେ କିଛି ମାଓବାଦୀ ତାଙ୍କ ସମର୍ଥକମାନଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ପୁଲିସ୍ ଅଚାନକ ଚଢାଉ କରିଥିଲା। ଉଭୟ ପଟରୁ ଗୁଳି ବିନିମୟ ହୋଇଥିଲା। ଶେଷରେ ଦୁଇ ଜଣ ମାଓବାଦୀଙ୍କ ପୁଲିସ୍ ଗୁଳିରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥିରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ସେମାନଙ୍କ ପାଖରୁ ଗୋଟିଏ ଏସଏଲଆର, ଗୋଟିଏ ୩୦୩ ରାଇଫଲ ଏବଂ ୧୦୫ ରାଉଣ୍ଡ ଗୁଳି ସହିତ ନଗଦ ୨୦ ହଜାର ଟଙ୍କା ଜବତ କରାଯାଇଛି।
ପୁଲିସ ଏନକାଉଣ୍ଟରେ ମୃତ ୨ ମାଓବାଦୀଙ୍କ ମୃତଦେହ ସାଲେପାଲି ଜଙ୍ଗଲରୁ ଜବତ
/sambad/media/post_attachments/wp-content/uploads/2017/09/DEADBODY-OF-MAOISTS-FRPM-BARAGARH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)