ଗତ ୬ ତାରିଖରେ କାର୍ଯ୍ୟକ୍ରମ ହେଉଛି- ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସମେତ ଅନ୍ୟ ଅତିଥିମାନେ ବି ମଞ୍ଚାସୀନ ଥିଲେ। ପୁରସ୍କାର ଓ ସମ୍ବର୍ଦ୍ଧନା ପର୍ବ ଶେଷ ହେବା ପରେ ୧୧.୪୫ ମିନିଟ୍ ପାଖାପାଖି ରାଷ୍ଟ୍ରପତି ନିଜର ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିଥିଲେ। ୨-୩ ମିନିଟ୍ ଭାଷଣ ଦେଇଛନ୍ତି କି ନାହିଁ, ହଠାତ୍ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଗଲା। ପ୍ରେକ୍ଷାଳୟ ସାରା ଅନ୍ଧାର ଛାଇଗଲା। କିନ୍ତୁ ଏସି ଓ ସାଉଣ୍ଡ ସିଷ୍ଟମ୍ କାମ କରୁଥିଲା। ଏଭଳି ଅକ୍ଷମଣୀୟ ତ୍ରୁଟି ଓଡ଼ିଶା ପାଇଁ ଏକ ଲଜ୍ଜାଜନକ ଘଟଣା। ଏଭଳି ଘଟଣାକୁନେଇ ଚଳିତ ଥର ସମ୍ବାଦ ‘ଫୋନ୍-ଇନ୍-ପ୍ଲିଜ’ରେ ଭାଗନେଇ ସମ୍ବଲପୁର ଅଞ୍ଚଳର ପାଠକ ଏଭଳି ମତ ରଖିଛନ୍ତି।
ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଦାୟିତ୍ବହୀନ କାର୍ଯ୍ୟ।
-ଡି.ଆର୍. ମୁଣ୍ଡା, ସାକ୍ଷୀପଡ଼ା, ସମ୍ବଲପୁର
ଆଲୁଅ ଲିଭିବା ଘଟଣା ପ୍ରକୃତରେ ଅକ୍ଷମଣୀୟ। ଦାୟିତ୍ବରେ ଥିବା ଲୋକଙ୍କୁ ଉଚିତ ଦଣ୍ଡ ମିଳିବା କଥା।
-ନରୋତ୍ତମ ଖରସଲେ, କୁଚିଣ୍ଡା, ସମ୍ବଲପୁର
ଡାକ୍ତରଖାନାରେ ଅପରେସନ ବେଳେ ବିଦ୍ୟୁତ କଟୁଛି। ରାଷ୍ଟ୍ରପତି ଭାଷଣରେ କୌଣସି କାରଣରୁ ବିଦ୍ୟୁତ ଯାଇଥିବ। ଏଥିରେ କେହି ଦାୟୀ ନୁହେଁ।
-ବାସ୍ତର ସୁରଜାଲ, ବକଟି, ବରଗଡ଼:
ରାଷ୍ଟ୍ରପତି ସଭାରେ ଆଲୁଅ ଲିଭିଯିବା ଘଟଣାରେ ବିଦ୍ୟୁତ୍ ବିଭାଗକୁ ଦୋଷୀ ଭାବରେ ଦଣ୍ଡ ଦେବା କଥା।
-ଜଗବନ୍ଧୁ ରାଉତ, ଜୁଲଟ, ବରପାଲି:
ଆଲୁଅ ଲିଭିବା ଘଟଣା ନିଶ୍ଚିତ ରୂପେ ଅକ୍ଷମଣୀୟ ତ୍ରୁଟି। ଏଥିପାଇଁ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ।
-ଗିରିଜା ଶଙ୍କର ନାୟକ, ସୋହେଲା, ବରଗଡ଼
ରାଷ୍ଟ୍ରପତି ସଭାରେ ଆଲୁଅ ଲିଭିବା ଏକ ନିନ୍ଦନୀୟ ଘଟଣା। କିନ୍ତୁ ଏଥିରେ କାହାକୁ ଦଣ୍ଡ ଦେବା କଥା ନୁହେଁ।
-ମନୋରଞ୍ଜନ ମେହେର, ବନ୍ଧପାଲି, ବରଗଡ଼
ରାଷ୍ଟ୍ରପତିଙ୍କ ସଭାରେ ଯଦି ଏତିକି ଅବ୍ୟସ୍ଥା ହେଉଛି। ତାହେଲେ ଅନ୍ୟମାନଙ୍କ କ୍ଷେତ୍ରରେ କଣ ଅସୁବିଧା ହେଉଛି ତାହା ସହଜରେ ଅନୁମାନ ହେଉଛି।
-ଭବାନୀଶଙ୍କର ପଧାନ, ବରଗଡ଼
ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିଯିବା ଘଟଣା ଓଡ଼ିଶା ପାଇଁ ଉଦାହରଣ ସୃଷ୍ଟି ହୋଇଛି।
-ପର୍ଶୁରାମ ପାତ୍ର, ବରଗଡ଼
ସଭାରେ ଆଲୁଅ ଲିଭିବା ଅକ୍ଷମଣୀୟ। ଏହାର ତଦନ୍ତ କରାଯିବା କଥା।
-ସୁବାସ ଚନ୍ଦ୍ର ଦେହେରୀ, କାଇଁଶିର, ବରପାଲି
ଦେଶର ପ୍ରଥମ ନାଗରିକ ସଭାରେ ଏଭଳି ଘଟଣାର କ୍ଷମା ଯୋଗ୍ୟ ନୁହେଁ।
-କୈଳାସ ଚନ୍ଦ୍ର ଜୈନ, ଦୀପ୍ତିପୁର, ବରଗଡ଼
ରାଷ୍ଟ୍ରପତି ସଭାରେ ଆଲୁଲ ଲିଭିବା ଘଟଣା ଶକ୍ତି ମନ୍ତ୍ରୀ କିଛି ଜାଣି ନଥିବା କହିଛନ୍ତି। ଶକ୍ତି ମନ୍ତ୍ରୀ ଏଥି ପ୍ରତି ଧ୍ୟାନ ଦେବା କଥା। ରାଷ୍ଟ୍ରପତି ଏହି ଘଟଣାକୁ କ୍ଷମା ଦେବା ସବୁଠୁ ବଡ଼ କଥା।
-ବାବୁଲୁ ଦାସ, ଚିଚିଣ୍ଡା, ବରଗଡ଼
ରାଷ୍ଟ୍ରପତି ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ଅପରାଧ। ସମସ୍ତଙ୍କୁ ଚାକିରିରୁ ବହିଷ୍କାର କରି ବିଧିବଦ୍ଧ ପଦକ୍ଷେପ ନେବା କଥା। ଫଳରେ ପରବର୍ତ୍ତୀ ପିଢ଼ି ତାକୁ ଅନୁଧ୍ୟାନ କରି କାର୍ଯ୍ୟରେ ଆଗଭର ହେବେ।
-କୈବଲ୍ୟ ମିଶ୍ର, ଝାରସୁଗୁଡ଼ା
ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଅକ୍ଷମଣୀୟ ତ୍ରୁଟି। ଭାରତୀୟ ପ୍ରଥମ ନାଗରିକଙ୍କ ସଭାରେ ଆଲୁଅ ଲିଭିବା ଏପରି ତ୍ରୁଟି ହେବା ତ ଅନ୍ୟମାନଙ୍କ ସଭାରେ କିଭଳି ତ୍ରୁଟି ରହୁଥିବ।
-ରାମଦୟାଲ ପଣ୍ଡା, ସରବାହାଲ, ଝାରସୁଗୁଡ଼ା
ରାଷ୍ଟ୍ରପତିଙ୍କ ପାଇଁ ଏହା ଏକ ଅଶୁଭ ସୂଚନା। କିନ୍ତୁ ଯାନ୍ତ୍ରିକ ତ୍ରୁଟିରେ କିଛି କହି ହେବ ନାହିଁ।
-ଲଳିତ ପାଣିଗ୍ରାହୀ, ସାହୁପଡ଼ା, ଝାରସୁଗୁଡ଼ା
ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଘଟଣାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶକ୍ତି ବିଭାଗ ସମ ପରିମାଣରେ ଦାୟୀ।
-ଉମେଶ ଭୋଇ, ରଘୁନାଥପାଲି, ଝାରସୁଗୁଡ଼ା
ନିଶ୍ଚିତ ରୂପେ କହାଯାଇ ପାରିବ ରାଷ୍ଟ୍ରପତିଙ୍କ ସଭାରେ ଘଟିଥିବା ଅଭାବନୀୟ ଘଟଣା ପାଇଁ ଓଡ଼ିଶା ନିନ୍ଦିତ। ବିଶ୍ବବିଦ୍ୟାଳୟ କୁଳପତି ଆଗରୁ ପଦକ୍ଷେପ ନେବା କଥା।
-ନିମାଇଁ ଚରଣ ବେହେରା, ସରବାହାଲ, ଝାରସୁଗୁଡ଼ା
ଅଳ୍ପବିଦ୍ୟା ଭୟଙ୍କରୀର ଏହା ଏକ ଜ୍ବଳନ୍ତ ଉଦାହରଣ। ଦାୟିତ୍ୱରେ ଥିବା ମୁଖ୍ୟ ଯନ୍ତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ହେଉ ଏବଂ ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା କମ୍ପାନିକୁ କାରଣଦର୍ଶାଅ ନୋଟିସ ଦିଆଯାଉ। ଏହା ଆମ ପାଇଁ ଏକ କଳଙ୍କିତ ଅଧ୍ୟାୟ।
-ହରିହର ରାଜହଂସ, ଲଇକେରା ଝାରସୁଗୁଡ଼ା
ରାଷ୍ଟ୍ରପତିଙ୍କର ଗସ୍ତ ସୂଚୀ ବହୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ତେଣୁ ଏଥିପାଇଁ ଅଧିକ ସଜାଗ, ସଚେତନ ଓ ପୂର୍ବ ପ୍ରସ୍ତୁତିର ଆବଶ୍ୟକତା ରହିଥିଲା। ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେଉଥିବା ସମୟରେ ବିଦ୍ୟୁତ୍ ବିଭ୍ରାଟ ଘଟିବା ଘଟଣା କୌଣସି ପ୍ରକାରେ ଗ୍ରହଣୀୟ କି କ୍ଷମଣୀୟ ନୁହେଁ।
-ଦେବରାଜ ପାଣିଗ୍ରାହୀ, ପାଟଣାଗଡ଼, ବଲାଙ୍ଗୀର
ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା କ୍ଷମଣୀୟ ନୁହେଁ, ଏହା ଦେଶଦ୍ରୋହ। ଏଥି ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା କଥା। କୁଳପତିଙ୍କୁ ବହିଷ୍କାର କରିବା କଥା।
-ସମାରୁ ନନ୍ଦ, ବଲାଙ୍ଗୀର
ଭାରତୀୟ ପ୍ରଥମ ନାଗରିକର ଯଦି ଏମିତି ଅସୁବିଧା ହେଉଛି, ତାହେଲେ ସାଧାରଣ ଲୋକଙ୍କ କଥା ପଚାରେ କିଏ?
-ପ୍ରସନ୍ନ ବଗର୍ତ୍ତି, ଲକ୍ଷ୍ମଣପାଲି, ବଲାଙ୍ଗୀର
ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଘଟଣା ଏକ ଲଜ୍ଜାଜନକ କଥା। ଏହା ମାନ ସମ୍ମାନର ହାନିର ଘଟଣା। ସଭା ଦାୟିତ୍ବରେ ଥିବା ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଉପରେ କୋଠର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।
-ଚାପ ବଗର୍ତ୍ତି, ଅର୍ଡା, ବଲାଙ୍ଗୀର
ରାଷ୍ଟ୍ରପତି କହିଥିଲେ ଆଲୁଅ ଯେତିକି ଅନ୍ଧାର ସେତିକି ବୋଲି। ସେ ନିଜେ ବହୁ କଷ୍ଟ ସହି ଆଗକୁ ବଢ଼ିଛନ୍ତି। ତେଣୁ ଏଥିପାଇଁ କୋଣସି କର୍ମଚାରୀ ଉପରେ କାର୍ଯ୍ୟନୁଷ୍ଠାନ ନେବା କଥା ନୁହେଁ।
-ରୋହିତ ସା, ସଇନ୍ତଳା, ବଲାଙ୍ଗୀର
ତାଙ୍କର ମହାନତା ଅନ୍ଧାରରେ ଥାଇ ବି ଆଲୋକର ସମ୍ମାନ କରି କାର୍ଯ୍ୟକ୍ରମ ଜାରି ରଖିଥିଲେ। ଏଥିପାଇଁ ପ୍ରଶାସନ ଓ ଆୟୋଜକ ଦାୟୀ।
-କାନ୍ତିଲାଲ ମୁଗ୍ରୀ, ବଲାଙ୍ଗୀର
ଏହି ଘଟଣା ରାଜ୍ୟ ସରକାର ଓ ପ୍ରଶାସନର ଦାୟିତ୍ବହୀନତାର ପ୍ରମାଣ।
-ନିଉନ ପୂଝାରି, ବଲାଙ୍ଗୀର
ଏହା ଏକ ବଡ଼ ଧରଣର ଷଡ଼୍ଯନ୍ତ୍ର ଥିଲା। ସାଧାରଣ ନେତାଙ୍କ ପାଇଁ ବିଭିନ୍ନ ସୁବିଧା କାରାଯାଉଛି। କିନ୍ତୁ ରାଷ୍ଟ୍ରପତି ସଭାରେ ଆଲୁଅ ଲିଭିବା ଓଡ଼ିଶା ପାଇଁ ଏକ ଲଜ୍ଜାଜନକ କଥା।
-ହୁଲେଶ୍ବର ହଂସ, କପିଳାଭଟ୍ଟା, ବଲାଙ୍ଗୀର
ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। ଏପରି ଭୁଲ ହେବା କଥା ନୁହେଁ।
-ବାବୁଲାଲ ଖେଡ଼ିଆ, ବଲାଙ୍ଗୀର
ରାଷ୍ଟ୍ରପତି ସଭାରେ ଆଲୁଅ ଲିଭିବା ଏକ ନିନ୍ଦନୀୟ ଘଟଣା।
-ଦୀନବନ୍ଧୁ ବିଶ୍ବାଳ, ମହିମୁଣ୍ଡା, ବଲାଙ୍ଗୀର
ରାଷ୍ଟ୍ରପତିଙ୍କ ସଭାରେ ଆଲୁଲ ଲିଭିବା ଅକ୍ଷମଣୀୟ ତ୍ରୁଟି।
-ରାମେଶ୍ବର ବଡ଼ମାଳୀ, ଉଲୁଣ୍ଡା, ସୋନପୁର
ଅକ୍ଷମଣୀୟ ତ୍ରୁଟି ତ କହିପାରିବା ନାହିଁ। କିନ୍ତୁ ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା କଥା। କିନ୍ତୁ ଏମତି ତ୍ରୁଟି ହେବା କଥା ନୁହେଁ, ଏହା ସଂପୂର୍ଣ୍ଣ ନିନ୍ଦନୀୟ।
-ଅକ୍ଷୟ ମିଶ୍ର, ଖାରୀ, ସୋନପୁର
ରାଷ୍ଟ୍ରପତିଙ୍କ ସଭାରେ ଆଗରୁ ଆଲୁଅ ବ୍ୟବସ୍ଥା କରାଯିବା କଥା।
-ଲକ୍ଷ୍ମୀନାରାୟଣ ବାଘ, ସିଣ୍ଢୋଲ, ସୋନପୁର
ରାଷ୍ଟ୍ରପତି ସଭାରେ ଆଲୁଅ ଲିଭିବା ଘଟଣାରେ ସାରା ଭାରତ ଲଜ୍ଜିତ। ରାଜ୍ୟ ସରକାର ଓ ପ୍ରଶାସନକୁ ଦାୟୀ କରି କଠୋର ଦଣ୍ଡ ଦେବା କଥା।
-ସୁଦାମ ସାହୁ, କନ୍ଦାଗାଡ଼, ସୋନପୁର
ଶକ୍ତି ମନ୍ତ୍ରୀଙ୍କ ଅଧୀନରେ ବିଦ୍ୟୁତ ବିଭାଗ ଥିଲେ ମଧ୍ୟ ତାଙ୍କ କର୍ତ୍ତୃତ୍ବ ରହୁ ନଥିବା ଭଳି ମନେ ହେଉଛି।
-ଗୋକୁଲ ସୁନା, ଲଛିପୁର, ସୋନପୁର
ରାଷ୍ଟ୍ରପତିଙ୍କ ସଭାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅନ୍ଧାରରେ ରହିଲେ ସେଥିପାଇଁ ଆମେ ବହୁତ ମର୍ମାହତ।
-ସନାତନ ସାହୁ, ବୌଦ୍ଧ
ଭାରତର ମହାମହିମ ରାଷ୍ଟ୍ରପତି ଯେଭଳି ଭାବରେ ନିଜ ମାତୃଭୂମିରେ ଅପମାନିତ ହେଲେ ସମଗ୍ର ବିଶ୍ବରେ ଲଜ୍ଜାଜନକ।
-ହରିହର ବହିଦାର, ବୌଦ୍ଧ
ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। ପ୍ରଥମ ନାଗରିକ ପାଇଁ ଯଦି ଆଲୋକ ତ୍ରୁଟି ଦେଖା ଗଲା ତାହେଲେ ସାଧାରଣ ଲୋକଙ୍କ କଥା ନ କହିଲେ ଭଲ।
-ମାହାଙ୍କୁଡ଼ ଆଚାର୍ଯ୍ୟ, ଭବାନୀପାଟଣା
ଏହି ଘଟଣାରେ ଯେହେତୁ ରାଷ୍ଟ୍ରପତି କ୍ଷମା ଦେଇଛନ୍ତି। ଏଥିରେ କିଛି ଆଉ ତଦନ୍ତ କରିବା କଥା ନୁହେଁ।
-ଜଗନ୍ନାଥ ଆଚାର୍ଯ୍ୟ, ଭବାନୀପାଟଣା
ରାଷ୍ଟ୍ରପତି ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। ପ୍ରଶାସନ, ନ୍ୟାୟାଳୟ ବିଦ୍ୟୁତ ବିଭାଗକୁ ଦଣ୍ଡ ଦେବା କଥା।
-ବୈଷ୍ଣବ ବୀର, ଭବାନୀପାଟଣା