ବାରଙ୍ଗ: ରବିବାର ସକାଳେ ନନ୍ଦନକାନନ ଥାନା ଅଧୀନ ଗଣ୍ଡରପୁର ଗ୍ରାମ ଅନ୍ତର୍ଗତ ଗୋକନପୁର ସାହିରେ ପୋଡ଼ିଯାଇଥିବା ଜଣେ ମହିଳାଙ୍କର ଶବ ଉଦ୍ଧାର କରାଯାଇଛି।
ମୃତ ମହିଳାଙ୍କର ନାମ ରଶ୍ମିରେଖା ଓ ତାଙ୍କୁ ଆନୁମାନିକ ୨୩ ବର୍ଷ ହେବ। ଗତ ଦେଢ଼ ବର୍ଷ ହେବ ତାଙ୍କର ଗୋକନପୁରର ଆଶିଷ ପଢ଼ିହାରୀଙ୍କ ସହ ବିବାହ ହୋଇଥିଲା। ତାଙ୍କର ଗୋଟିଏ ୩/୪ ମାସର ଝିଅ ଅଛି।
ରଶ୍ମିଙ୍କର ବାପା ଗୁରୁଠେଙ୍ଗ ଗ୍ରାମର ଗୁରୁଚରଣ ଜେନା ଅଭିଯୋଗ କରିଛନ୍ତି କି, ଯୌତୁକ ନିମନ୍ତେ ସ୍ୱାମୀ, ଶାଶୂ ଓ ଶ୍ୱଶୁର ମିଶି ଝିଅକୁ ମାରିବା ପରେ ପୋଡ଼ି ଦେଇଛନ୍ତି।
ନନ୍ଦନକାନ ପୁଲିସ ଦଗ୍ଧ ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ଡାକ୍ତରଖାନାକୁ ପଠାଇବା ସହ ଶାଶୂ ଓ ଶ୍ୱଶୁରଙ୍କ ଥାନାକୁ ନେଇ ପଚରା ଉଚୁରା କରୁଛି।
ସ୍ୱାମୀ ଆଶିଷ ଫେରାର ହୋଇ ଯାଇଛନ୍ତି।