ସମ୍ବଲପୁର: ଟଙ୍କା ଦେବାକୁ ବାପାକୁ ଭୁଜାଲ ଦେଖାଇଛି ପୁଅ। ସମ୍ବଲପୁର ଧନୁପାଲି ଥାନା ମୋତିଝରଣ ଅଞ୍ଚଳରେ। ଶୁକ୍ରବାର ସକାଳେ ମହମ୍ମଦ ଆଦିଲଙ୍କୁ ତାଙ୍କ ପୁଅ ବ୍ଲୁଟୁଥ୍ ଓରଫ୍ ମହମ୍ମଦ ଵକିଲ୍ ଟଙ୍କା ମାଗିଥିଲା। ଆଦିଲ ଟଙ୍କା ଦେବାକୁ ମନା କରିବାରୁ ବ୍ଲୁଟୁଥ୍ ଗାଳିଗୁଲଜ କରିବା ସହ ଏକ ଭୁଜାଲି ଦେଖାଇ ଧମକ ଦେଇଥିଲା।
ଏ ନେଇ ଆଦିଲ୍ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୁଲିସ ବ୍ଲୁଟୁଥ୍କୁ ଗିରଫ କରିଛି। ବ୍ଲୁଟୁଥ୍ ନାଁରେ ପୂର୍ବରୁ ଦାଦାବଟି ଆଦାୟ, ଲୁଟ୍, କଫ୍ ସିରପ କାରବାର ଭଳି ଏକାଧିକ ମାମଲା ରହିଥିବା ପୁଲିସ ପକ୍ଷରୁ କହାଯାଇଛି।