କୋଣାର୍କ: ଆଜି ପବିତ୍ର ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି। ଲୋକମୁଖରେ ଏହା ମାଘ ସପ୍ତମୀ ଭାବେ ବେଶ୍ ଜଣାଶୁଣା। ଏହି ମାଘ ସପ୍ତମୀଙ୍କୁ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କ ଜୟନ୍ତୀ ଭାବେ ପାଳନ କରାଯାଇଏ ।ଏହି ଅବସରରେ ପବିତ୍ର ଚନ୍ଦ୍ରଭାଗା ସ୍ନାନ ଅନୁଷ୍ଠିତ ହୋଇଛି। ସୂର୍ଯୋଦୟସମୟରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ର୍ସୂଯ୍ୟାଙ୍କୁ ପ୍ରଣାମ କରିଛନ୍ତି। ଚନ୍ଦ୍ରଭାଗା ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ହିନ୍ଦୁଚ ବିଶ୍ୱାସ ଅନୁଯ୍ରୀ, ଐହି ମାଘ ମାସ ସପ୍ତମୀ ତିଥିରେ ଅଦିତିଙ୍କ ଗର୍ଭରୁ ସୂର୍ଯ୍ୟଦେବ ଜନ୍ମ ଗଅହଣ କରିଥିବାରୁ ତାଙ୍କୁଆଦିତ୍ୟ କୁହାଯାଏ।ତେଣୁ ଏହି ଦିନ ରୋଗଗ୍ରସ୍ତ ବ୍ୟକ୍ତି ସୂର୍ଯ୍ୟ ପୂଜା କଲେ ରୋଗଶୋକରୁ ମୁକ୍ତ ହୋଇଥାନ୍ତି ବୋଲିି ବିଶ୍ୱାସ ରହିଛି। ଏହି ଲୋକ ବିଶ୍ୱାସ ଅନୁଯାୟୀ, ଆଜି ସକାଳେ ରାଜ୍ୟ ସହିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ସ୍ନାନ କରିଛନ୍ତି।
ପ୍ରଚଳିତ ଚଳଣି ଓ ପରମ୍ପରା ଅନୁଯାୟୀ, ମାଘ ଷଷ୍ଠୀ ରାତ୍ରୀରେ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଶୋଭାଯାତ୍ରାରେ ବାହାରି କୋଣାର୍କ ଏନ୍ଏସି ପଡ଼ିଆରେ ପହଞ୍ଚିଥିଲେ ସେଠାରେ ତିନି ଠାକୁରଙ୍କୁ ଭୋଗ ଲାଗି କରାଯିବା ପରେ ତିନି ଠାକୁର ବିଶାଳ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପ ଉଦ୍ଦେଶ୍ୟରେ ବାହାରିଥିଲେ। ପରେ ଭୋର ୪ଟା ୩୦ ମିନିଟ୍ରେ ଶ୍ରଦ୍ଧାଳୁମାନ ଚନ୍ଦ୍ରଭାଗାରେ ବୁଡ଼ ପକାଇଥିଲେ।
ମାଘସପ୍ତମୀ ଅବସରରେ ଚନ୍ଦ୍ରଭାଗା ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
/sambad/media/post_attachments/wp-content/uploads/2019/02/magha-saptami-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)