ବାସୁଦେବପୁର : ୨୯ ଜଣ ସଂଗ୍ରାମୀ ସହିଦ ହୋଇଥିବା ରକ୍ତତୀର୍ଥ ଇରମ୍ ପଞ୍ଜାବର ଜାଲିଆନାଓ୍ଵାଲାବାଗ୍ଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ। ସେହି ସହିଦଙ୍କ ମାଟିରେ ଆଜି ଛିଡା ହେବାର ସୌଭାଗ୍ୟ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ୭୫ତମ ସହିଦ ଦିବସରେ ଆୟୋଜିତ ସଭାରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସହିଦମାନଙ୍କ ସମାଧି ପୀଠରେ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସଭାରେ ଯୋଗ ଦେଇଥିଲେ। ଅବହେଳିତ ଇରମ ପୀଠର ବିକାଶ ପାଇଁ ସେ ଏକ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ସେହି ଅନୁଦାନରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା ହେବ। ଯାହାକି ସହିଦ ମାନଙ୍କ ଗାଥା ଗାଇବ। ସେହିପରି ପୋତିହୋଇ ପଡିଥିବା ଐତିହାସିକ କୋଷ୍ଟ କେନାଲର ପୁନରୁଦ୍ଧାର ସହିତ ଇରମ ଇତିହାସକୁ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିବା ପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ରକ୍ତତୀର୍ଥ ଇରମ୍ ପାଇଁ କୋଟିଏ ଟଙ୍କାର ସହାୟତା
/sambad/media/post_attachments/wp-content/uploads/2017/09/eram.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)