ପୁରୀ : ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳାରେ ଆଜି ଗରଗରା କାମ ଶେଷ ହୋଇଛି। ଗତକାଲି ଦଣ୍ଡା ଉଠିବା ପରେ ଆଜି ଗରଗରା ବାଡ଼ିଆ କାମ ଶେଷ ହୋଇଛି। ଅନ୍ୟପଟେ ବିଶ୍ବକର୍ମାମାନେ ଚାରିନାହାକା କାମକୁ ଆଗେଇ ନେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଚାରିନାହାକା କାମ ସରିବାର ପରମ୍ପରା ଥିବାରୁ ଏହି କାର୍ଯ୍ୟ ଜୋରସୋରରେ ଚାଲିଛି। ଭୋଇ ସେବକମାନେ ଆବଶ୍ୟକ କାଠ ଯୋଗାଇ ଦେଇଛନ୍ତି। ସେପଟେ ଚିତ୍ରକର ସେବକମାନେ ସିଂହାସନ, ଗୁଜ ଆଦି କାମକୁ ଆଗେଇ ନେଇଛନ୍ତି। ଓଝା ସେବକମାନେ ଆବଶ୍ୟକ ମୁତାବକ କଣ୍ଟା କାମକୁ ଆଗେଇ ନେଇଛନ୍ତି।
ରଥଖଳା ଚଳଚଞ୍ଚଳ : ଉଠିଲା ଗରଗରା
/sambad/media/post_attachments/wp-content/uploads/2019/06/rathakhala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)