ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ଗିରଫ କରିଛି। ତାଙ୍କ ବିରୋଧରେ ମନି ଲଣ୍ଡରିଂର ପ୍ରମାଣ ମିଳିବା ପରେ ବାନ୍ଧିଛି ଇଡି। ଉଭୟ ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଆମ୍ନାସାମ୍ନା କରି ଜେରା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି। ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାର ଯୋଜନା କରିଛି ଇଡି। ଆଜି ଜଗବନ୍ଧୁଙ୍କ ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପୂର୍ବରୁ ଇଡି ଅର୍ଚ୍ଚନା ନାଗ ଓ ଖଗେଶ୍ବର ପାତ୍ରଙ୍କୁ ଗିରଫ କରିଥିଲା ଇଡି।
ସୂଚନାଯୋଗ୍ୟ, ପୂର୍ବରୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯାଇଥିଲେ। ଏଥି ସହିତ ତାଙ୍କର ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେଇଥିଲା। ଇଡି ପକ୍ଷରୁ ହୋଇଥିବା ରିମାଣ୍ଡ ଆବେଦନକୁ ଖୋର୍ଦ୍ଧା ଓ ଜିଲ୍ଲା ଜଜ୍ କୋର୍ଟ ଗ୍ରହଣ କରିଛନ୍ତି। କୋର୍ଟ ଅର୍ଚ୍ଚନାଙ୍କୁ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ସେହିଭଳି ଜଗବନ୍ଧୁଙ୍କୁ ୯ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଆଦେଶ ଦେଇଥିଲେ।
ଇଡି ପକ୍ଷରୁ ଜଗବନ୍ଧୁଙ୍କୁ ୧୫ ଦିନ ଓ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ରିମାଣ୍ଡ ଆବେଦନ ମଞ୍ଜୁର ହେବା ପରେ ଅର୍ଚ୍ଚନାଙ୍କୁ ଇଡି ନେଇଥିବା ବେଳେ ଜଗବନ୍ଧୁକୁ ଜେଲରୁ ରିମାଣ୍ଡରେ ନେଇଥିଲା। ଇଡି ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବା ପରେ ଉଭୟ ଦମ୍ପତିଙ୍କୁ ସାମ୍ନାସାମ୍ନି ଜେରା କରିଥିଲା।