ଭୁବନେଶ୍ବର : ଶ୍ରମ ବିଭାଗର ଦୁଇ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଗତ ୨୦୧୨ ଫେବ୍ରୁଆରି ୨୭ ତାରିଖରେ ଭିଜିଲାନ୍ସ ଦ୍ବାରା ଧରା ପଡ଼ିଥିଲେ। ପରେ ସ୍ବତନ୍ତ୍ର ବିଚାରପତି, ବାରିପଦା ୨୦୧୯ ଜୁଲାଇ ୩୦ ତାରିଖରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ଶ୍ରୀ ବେହେରାଙ୍କ ଗ୍ରାଚୁଇଟି ବନ୍ଦ କରିଛନ୍ତି। ସେହିପରି ଅବସରପ୍ରାପ୍ତ ଉପ ଶ୍ରମ ଆୟୁକ୍ତ ଦୀନବନ୍ଧୁ ଅଧିକାରୀ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ କାର୍ଯ୍ୟରତ ଥିବା ବେଳେ କାର୍ଯ୍ୟରେ ଅବହେଳା କରିଥିବା ଯୋଗୁ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କର ପେନ୍ସନ୍ରୁ ମାସିକ ୧୭୬୦ ଟଙ୍କା କାଟିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆଜି ଏ ନେଇ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଶ୍ରମ ବିଭାଗର ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2019/12/labour-office.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)