ବାଲେଶ୍ୱର : ବାଲେଶ୍ୱରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ଶିବୁ ପୋଦ୍ଦାର ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉତ୍କଳ ଦିବସରେ ସେବା ହିଁ ସେବା ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଗାନ୍ଧିସ୍ମୃତି ଭବନ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ତାଙ୍କୁ ସମ୍ମାନିତ କରିଥିଲେ। ପୂର୍ବରୁ ମଧ୍ୟ ୨୦୧୬ରେ ମାରୱାଡି ପ୍ରାନ୍ତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ପୋଦ୍ଦାରଙ୍କୁ ସମ୍ମାନିତ କରିଥିଲେ। ୨୦୧୭ ଡିସେମ୍ବରରେ ଝାରସୁଗୁଡାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାରୱାଡି ସମ୍ମିଳନୀରେ ସମ୍ମାନିତ ହୋଇଥିଲେ ଶ୍ରୀ ପୋଦ୍ଦାର। ପ୍ରିମିୟର ହୁଣ୍ଡାଇର ପରିଚାଳନା ନିର୍ଦ୍ଦେଶକ ଥିବା, ଶିବୁ ପୋଦ୍ଦାର ବିଭିନ୍ନ ସମୟରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଛନ୍ତି।