ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାର ସିବିଆଇ ଟିମ ତାଙ୍କ ତଦନ୍ତ ଆରମ୍ଭ କରି ସାରିଲେଣି। ଏନେଇ ସୂଚନା ଦେଇଛନ୍ତି ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ। ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିବିଆଇ ତଦନ୍ତ ପାଇଁ ଅନୁମୋଦନ କରିଥିଲେ,  ସିବିଆଇ ସ୍ୱତନ୍ତ୍ର ଭାବେ ତଦନ୍ତ କରୁଛନ୍ତି। ସେମାନେ ତାଙ୍କ ବାଟରେ ତଦନ୍ତ କରିବେ।

Advertisment

ସେ ଆହୁରି କହିଛନ୍ତି, ବାଲେଶ୍ବର ଜିଲ୍ଲା ବାହାନଗାରେ ଉଭୟ ଅପ ଓ ଡାଉନ ଲାଇନରେ ଟ୍ରେନ ପାସ କରୁଛି। ସ୍ପେଶାଲ ଟ୍ରେନ ମଧ୍ୟ ଚଲା ହୋଇ ସାରିଲାଣି। ରେଗୁଲାର ଟ୍ରେନ ଓ ବନ୍ଦେ ଭାରତ ମଧ୍ୟ ସେହି ରୁଟରେ ଗଲାଣି। ସମ୍ପୂର୍ଣ୍ଣ ଠିକ ଭାବରେ ଟ୍ରେନ ଚଲାଚଳ ଚାଲିଛି। ମୃତକଙ୍କ ପରିବାରକୁ ସୁବିଧା ଯୋଗାଇବା ଏବେ ମୁଖ୍ୟ ପ୍ରାଥମିକତା।
ରେଳ ବିଭାଗ ପକ୍ଷରୁ ସବୁ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଆଜି ସକାଳ ୧୦ଟା ସୁଦ୍ଧା  ୯୫ଟି ମୃତଦେହ ଚିହ୍ନଟ ହୋଇଛି। ୮୪ ଜଣଙ୍କୁ ଏକ୍ସଗ୍ରାସିଆ ଟଙ୍କା ଦିଆସରିଛି। ଏହି ବାବଦରେ ପାଖାପାଖି ୬କୋଟି ୯୦ ଲକ୍ଷ ଟଙ୍କା ଦିଆ ସରିଲାଣି। ସମସ୍ୟା ଥିଲେ ହେଲ୍ପ ଲାଇନ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ କରୁଛୁ।