ଭୁବନେଶ୍ବର: ଜୁନ୍ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତ ଛୁଇଁବ। ଗତ ସପ୍ତାହରେ ଏପରି ଆକଳନ କରିଥିଲା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍। ସଦ୍ୟତମ ସ୍ଥିତି ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଆଜି ପୁଣିଥରେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ମେ’ ୨୨ରେ ମୌସୁମୀ ଆଣ୍ଡାମାନ ନିକୋବର ସ୍ପର୍ଶ କରିବ। ଜୁନ୍ ୪ରେ କେରଳ ଛୁଇଁବ। ତେବେ ଗୋଟିଏ ଦୁଇ ଦିନ ଏପାଖ ସେପାଖ ହୋଇପାରେ ବୋଲି ପୂର୍ବାନୁମାନ କରିଛି ସମ୍ପୃକ୍ତ ସଂସ୍ଥା। ଜୋନ୍ ଅନୁଯାୟୀ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶର ୫୫ ପ୍ରତିଶତ ଅଞ୍ଚଳରେ ସ୍ବାଭାବିକଠାରୁ କମ୍ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ୩୦ ପ୍ରତିଶତ ଅଞ୍ଚଳରେ ସ୍ବାଭାବିକ ଓ ୧୫ ପ୍ରତିଶତ ଅଞ୍ଚଳରେ ଅନାବୃଷ୍ଟି ହେବ। ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୯୨ ପ୍ରତିଶତ ଲଙ୍ଗ୍ ପିରିୟଡ୍ ଆଭରେଜ୍(ଏଲ୍ପିଏ) ଅର୍ଥାତ୍ ମୌସୁମୀ ସମୟରେ ୧୪୩୮ ମିମି ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଭାରତରେ ୯୬ ପ୍ରତିଶତ ବର୍ଷା ଅର୍ଥାତ୍ ୬୧୫ ମିମି, କେନ୍ଦ୍ରୀୟ ଭାରତରେ ୯୧ ପ୍ରତିଶତ ଅର୍ଥାତ୍ ୯୭୬ ମିମି ଓ ସାଉଥ ପେନିନସୁଲା (ଦକ୍ଷିଣ ଉପଦ୍ବୀପ)ରେ ୯୫ ପ୍ରତିଶତ ଅର୍ଥାତ୍ ୭୧୬ ମିମି ବୃଷ୍ଟିପାତ ହେବାର ଆକଳନ କରାଯାଇଛି।
ଆହୁରି କୁହାଯାଇଛି ଯେ, ସ୍ବାଭାବିକ ଭାବେ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ। ଏଥର ମୌସୁମୀ ସାରା ଦେଶରେ ସ୍ବାଭାବିକଠାରୁ କମ ରହିବ। ସ୍କାଏମେଟ୍ର ସିଇଓ ଯତୀନ୍ ସିଂ କହିଛନ୍ତି, ଚଳିତ ଋତୁରେ ଦେଶର ୪ଟି ଯାକ ଅଞ୍ଚଳରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ଭାରତ ଓ ଦକ୍ଷିଣ ପେନିନସୁଲା ଅପେକ୍ଷା ପୂର୍ବ ଓ ଉତ୍ତରପୂର୍ବ ଓ କେନ୍ଦ୍ରୀୟ ଭାରତରେ କମ ବର୍ଷା ହେବ। ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀ-ଏନ୍ସିଆର ତୁଳନାରେ ଜମ୍ମୁ କାଶ୍ମୀର, ହିମାଞ୍ଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭଲ ବର୍ଷା ହେବ। କେନ୍ଦ୍ରୀୟ ଭାରତ ଯଥା ବିଦର୍ଭ, ମଧ୍ୟପ୍ରଦେଶ, ଗୁଜୁରାଟରେ ୯୧ ପ୍ରତିଶତ ରହିବ। ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ରିସ୍କ ରହିଛି। ଓଡ଼ିଶାରେ ସ୍ବାଭାବିକଠାରୁ କମ୍ ବୃଷ୍ଟିପାତ ହୋଇପାରେ ବୋଲି ଆଜି ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
୪ ଜୋନ୍କୁ ନେଇ ‘ସ୍କାଏମେଟ୍’ର ପୂର୍ବାନୁମାନ : ସ୍ବାଭାବିକଠାରୁ କମ୍ ବୃଷ୍ଟିପାତ
/sambad/media/post_attachments/wp-content/uploads/2019/05/Rain.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)