ଭୁବନେଶ୍ବର: ଆସନ୍ତା ଜୁନ୍ ପହିଲାରୁ ସାରା ଦେଶରେ ଲାଗୁ ହେବ ଵାନ୍ ନେସନ୍ ଵାନ୍ ରାସନ୍ କାର୍ଡ଼ ବ୍ୟବସ୍ଥା। ଏ ନେଇ ଗତକାଲି କେନ୍ଦ୍ର ଖାଉଟି ବ୍ୟପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମ ବିଳାସ ପାଶଵାନ୍ ସୂଚନା ଦେବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଶ୍ରୀ ସ୍ବାଇଁ କହିଥିଲେ, ଗତବର୍ଷ ସେପ୍ଟେମ୍ବରରୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପାଇଲଟ୍ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ରାଜ୍ୟ ସରକାର ଲାଗୁ କରିସାରିଛନ୍ତି। ଏଥିରେ ସରକାରଙ୍କୁ ସଫଳତା ବି ମିଳିଛି। କିନ୍ତୁ ରାଜ୍ୟର ବାକି ଅଞ୍ଚଳରେ ଲାଗୁ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଏ ନେଇ କେନ୍ଦ୍ର ସରକାର ବୈଷୟିକ ସହାୟତା ଯୋଗାଇ ଦେବାକୁ ଜଣାଇଦିଆଯାଇଛି। କେନ୍ଦ୍ର ସରକାରଙ୍କ ସହାୟତା ମିଳିଲେ ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଓଡ଼ିଶା ସରକାର ବହୁ ପୂର୍ବରୁ କାର୍ଯ୍ୟକାରୀ କରିଛନ୍ତି ବୋଲି ଶ୍ରୀ ସ୍ବାଇଁ କହିଥିଲେ। ଚଳିତମାସ ପହିଲାରୁ ଦେଶର ୧୨ଟି ରାଜ୍ୟ ଵାନ୍ ନେସନ୍ ଵାନ୍ ରାସନ୍ କାର୍ଡ଼ି ବ୍ୟବସ୍ଥା ଲାଗୁ କରିଛନ୍ତି।
ୱାନ୍ ନେସନ୍ ୱାନ୍ ରେସନ୍ କାର୍ଡ଼ ଲାଗୁକରିବାକୁ କେନ୍ଦ୍ରର ସହଯୋଗ ଆବଶ୍ୟକ: ଯୋଗାଣ ମନ୍ତ୍ରୀ ୱାନ୍
/sambad/media/post_attachments/wp-content/uploads/2020/01/download-31.jpg)