ଲକ୍ଷ୍ମୀପୁର(କୋରାପୁଟ): ନକ୍ସଲ ନାରେ ଜଣେ ଠିକାଦାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଅନ୍ୟ ଜଣେ ଠିକାଦାର ଓ ଜଣେ ଯନ୍ତ୍ରୀ ସହଯୋଗ କରିଥିବା ମାମଲାରେ ଜଣେ ଯନ୍ତ୍ରୀଙ୍କୁ ମଙ୍ଗଳବାର ହାଇକୋର୍ଟରୁ ଜାମିନ ମିଳିଛି। ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଥିବା ବେଳେ ବର୍ତମାନ ଯନ୍ତ୍ରୀ ଜଣକ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ପାଇ ମୁକୁଳିଛନ୍ତିା
Sambad is now on WhatsApp
Join and get latest news updates delivered to you via WhatsApp
ଲକ୍ଷ୍ମୀପୁର ଏସଡିପିଓ ତପନ ନାରାୟଣ ରଥଙ୍କ ସୂଚନା ମୁତାବକ ଗତ ଜୁନ୍ ୧୧ରେ ବନ୍ଧୁଗାଁ ବ୍ଲକ ସଦରର ରବୀନ୍ଦ୍ର ନାୟକ ନାମକ ଜଣେ ଠିକାଦାର ବନ୍ଧୁଗାଁ ଓ ନାରାୟଣପାଟଣା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ କି ତାଙ୍କୁ ଏକ ଠିକା କାମରେ ନକ୍ସଲ ମାନେ ଚାନ୍ଦା ମାଗୁଛନ୍ତି। ଏକଥା ନକ୍ସଲ ନାମରେ ଟଙ୍କା ଦେବା ସକାଶେ ଠିକାଦାର ମୁରଲି କ୍ରୀଷ୍ଣା ଓ ଆର୍ଡି ଯନ୍ତ୍ରୀ ଲାଲମୋହନ ବେହେରା ୫୦ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ତାହା ମୂଲଚାଲ ହୋଇଥିଲା ଓ ୩୫ ଲକ୍ଷ ଟଙ୍କା ରେ ଡିଲ୍ ହୋଇଥିଲା। ପରବର୍ତ୍ତି ସମୟରେ ଠିକାଦାର ରବୀନ୍ଦ୍ର ଲକ୍ଷାଧିକ ଟଙ୍କା ତାଙ୍କ ଘରେ ପ୍ରଦାନ କରିଥିଲେ ।
ମୁରଲି କ୍ରୀଷ୍ଣାଙ୍କୁ ଯନ୍ତ୍ରୀ ଜଣକ ସହଯୋଗ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏନେଇ ଠିକାଦାରଙ୍କ ଅଭିଯୋଗ କ୍ରମେ ମୁରଲି କ୍ରୀଷ୍ଣାଙ୍କୁ ଥାନାରେ ଆଣି ପଚରା ଉଚୁରା କରିବା ପରେ କୌଣସି ନକ୍ସଲ ନୁହେଁ ବରଂ ନକ୍ସଲ ନାରେ ନାରାୟଣପାଟଣାର କିଛି ଅସାଧୁ ବ୍ୟକ୍ତିଙ୍କ ସହ ନାମିଦାମି ଲୋକ ଓ ଲକ୍ଷ୍ମୀପୁର ଆରଡି ଯନ୍ତ୍ରୀ ଙ୍କ ସହଯୋଗକୁ ଠିକାଦାର ମାନି ନେଇଥିଲୋ ମୁରଲି କ୍ରୀଷ୍ଣା ସମସ୍ତ କଥା ସ୍ୱୀକାର କରିବା ପରେ ତାଙ୍କ ଠାରୁ ପୁଲିସ ୨ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଥିବା ବେଳେ ଠିକାଦାର ମୂରଲି କ୍ରୀଷ୍ଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲାା