ବେଜିଂ: ଚୀନ୍‌ରେ ବିଦ୍ରୋହ ଦ୍ୱାରା କ୍ଷମତା ଦଖଲ ପାଇଁ ଜଣେ ବରିଷ୍ଠ ରାଜନେତା ଉଦ୍ୟମ କରିଥିଲେ, କିନ୍ତୁ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସୁଚିନ୍ତିତ ରଣନୀତି ଯୋଗୁଁ ଏହି ଷଡ଼ଯନ୍ତ୍ର ଭଣ୍ଡୁର ହୋଇଥିଲା ବୋଲି ଚୀନ୍‌ ସୁରକ୍ଷା ନିୟନ୍ତ୍ରଣ କମିସନର ଅଧ୍ୟକ୍ଷ ଲିଉ ସିୟୁ ଆଜି ତଥ୍ୟ ପ୍ରଘଟ କରିଛନ୍ତି। ଚୀନ୍‌ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୧୯ତମ ଅଧିବେଶନ ଅବସରରେ ଏହି ଚାଂଚଲ୍ୟକର ତଥ୍ୟ ପ୍ରଘଟ ହେବାପରେ ଏହା ବିଶ୍ୱବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

Advertisment

ଦଳର କେତେକ ବରିଷ୍ଠ ନେତା ନିଜର ଦୃଢ଼ ସମର୍ଥକଙ୍କୁ ନେଇ ଜିନ୍‌ପିଙ୍ଗଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଯୋଜନା କରିଥିଲେ। ଏଥିରେ ମୁଖ୍ୟ ଭୂମିକ ସନ୍‌ ଜେଙ୍ଗ୍‌କାଇ ନେଇଥିଲେ ଏବଂ ତାଙ୍କ ପତ୍ନୀ ମଧ୍ୟ ଏଥିରେ ସାମିଲ ଥିଲେ। ଉଭୟଙ୍କୁ ଦଳରୁ ଜିନ୍‌ପିଙ୍ଗ୍‌ ବହିଷ୍କାର କରିଛନ୍ତି ଏବଂ ତଦନ୍ତ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଜିନ୍‌ପିଙ୍ଗଙ୍କ ବ୍ୟକ୍ତିଗତ ସୁରକ୍ଷା ବଢ଼ାଇ ଦିଆଯାଇଥିଲା ବୋଲି ଲିଉ କହିଛନ୍ତି।