ଭୁବନେଶ୍ବର: ଓମାନର ମସ୍କଟରେ ବୁଧବାରରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଲାଗି ସୋମବାର ଭାରତୀୟ ଦଳ ସେଠାକୁ ଯାତ୍ରା କରିଛି। କଳିଙ୍ଗ ଷ୍ଟାଡିୟମରେ ପାଖା ପାଖି ମାସେ ପର୍ଯ୍ୟନ୍ତ ଏଥିଲାଗି ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଲାଗିଥିଲା। ଏହି ପ୍ରତିଯୋଗିତାରେ ଭାରତ, ପାକିସ୍ତାନ, ମାଲେସିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ଆୟୋଜକ ଓମାନ ଅଂଶ ଗ୍ରହଣ କରିବେ। ଭାରତ ୧୮ ତାରିଖରେ ଓମାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ୨୦୧୬ରେ ମାଲେସିଆର କୁଆନ୍ତାନଠାରେ ଆୟୋଜିତ ଗତ ସଂସ୍କରଣରେ ଭାରତ ବିଜେତା ହୋଇଥିଲା।
ଭାରତୀୟ ଦଳ: ମନପ୍ରୀତ ସିଂହ (ଅଧିନାୟକ), ପିଆର ଶ୍ରୀଜେଶ, କ୍ରିଷନ ବାହାଦୂର ଥାପା, ହରମନପ୍ରୀତ ସିଂହ, ଗୁରିନ୍ଦର ସିଂହ, ବରୁଣ କୁମାର, କୋଥାଜିତ ସିଂହ, ଖଦଙ୍ଗମ, ସୁରେନ୍ଦ୍ର କୁମାର, ଯସମନପ୍ରୀତ ସିଂହ, ହାର୍ଦିକ ସିଂହ, ସୁମିତ, ନୀଳକଣ୍ଠ ଶର୍ମା, ଲଲିତ କୁମାର ଉପାଧ୍ୟାୟ, ଚିଙ୍ଗଲାସାନା ସିଂହ କାଙ୍ଗୁଜାମ, ଆକାଶଦୀପ ସିଂହ, ଗୁରଜାନ୍ତ ସିଂହ, ମନଦୀପ ସିଂହ, ଦିଲପ୍ରୀତ ସିଂହ।
ମସ୍କଟ ଗଲା ଭାରତୀୟ ହକି ଦଳ
/sambad/media/post_attachments/wp-content/uploads/2018/10/2-Hockey-Team-Dep-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)