ମସ୍କୋ, ୯|୭: ଚଳିତ ଫୁଟବଲ୍ ବିଶ୍ୱକପର ଦୁଇଟି ସେମିଫାଇନାଲ୍, ଫାଇନାଲ୍ ଏବଂ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଖେଳା ଯିବାକୁ ଥିବା ଅବଶିଷ୍ଟ ଚାରିଟି ମ୍ୟାଚ୍ ଲାଗି ଫିଫା ୧୨ ଜଣ ରେଫରିଙ୍କୁ ମନୋନୀତ କରିଛି। ସେମାନଙ୍କ ସହ ୨୬ ସହକାରୀ ରେଫରି ଏବଂ ୧୦ ଭିଡିଓ ଆସିଷ୍ଟାଣ୍ଟ ରେଫରିଙ୍କ ନା ମଧ୍ୟ ସୋମବାର ଘୋଷଣା କରାଯାଇଛି। ଉରୁଗୁଏର ଆନ୍ଦ୍ରେସ୍ କୁନା ମଙ୍ଗଳବାର ବେଲଜିୟମ-ଫ୍ରାନ୍ସ ପ୍ରଥମ ସେମିଫାଇନାଲରେ ରେଫରି ଦାୟିତ୍ୱ ତୁଲାଇବେ। ୪୧ ବର୍ଷୀୟ କୁନା ପୂର୍ବରୁ ଫ୍ରାନ୍ସ-ଅଷ୍ଟ୍ରେଲିଆ, ସ୍ପେନ୍-ଇରାନ ଲିଗ୍ ମ୍ୟାଚ୍ରେ ରେଫରି ଦାୟିତ୍ୱ ତୁଲାଇ ସାରିଛନ୍ତି। ଶେଷ ଚାରିଟି ମ୍ୟାଚ୍ ଲାଗି ଘୋଷିତ ହୋଇଥିବା ତାଲିକାରେ ସ୍ଥାନ ପାଇଥିବା ରେଫରିମାନେ ହେଲେ ଫଘାନି ଆଲିରେଜା (ଇରାନ), ଦିଏଧିଉ ମଲାଙ୍ଗ (ସେନେଗାଲ), ଗିଗର ମାର୍କ (ଆମେରିକା), ରାମୋସ୍ ପାଲାଜୁଏଲୋସ୍ (ମେକ୍ସିକୋ), ଜୁନା ଆନ୍ଦ୍ରେସ୍ (ଉରୁଗୁଏ), ପିଟାନା ନେଷ୍ଟର (ଆର୍ଜେଣ୍ଟିନା), ରିକି ସାଣ୍ଡ୍ରୋ (ବ୍ରାଜିଲ)। କଞ୍ଜେର ମାଥ୍ୟୁ (ନ୍ୟୁଜିଲାଣ୍ଡ), କାକିର କୁନେତ (ତୁର୍କି), କୁଇପର୍ସ ବ୍ରାଏନ (ନେଦରଲାଣ୍ଡ), ମାଜିକ ମିଲୋରାଡ (ସର୍ବିୟା), ରୋଚି ଜିଆନଲୁକା (ଇଟାଲି)।
ରେଫରି ଦାୟିତ୍ୱରେ କୁନା
/sambad/media/post_attachments/wp-content/uploads/2018/07/cunha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)