ସଡ଼କ ଦୁର୍ଘଟଣାରେ ନବବିବାହିତଙ୍କ ସହ ୧୧ ଜଣ ସମ୍ପର୍କୀୟଙ୍କର ମୃତ୍ୟୁ

ଯୋଧପୁର: ରାଜସ୍ଥାନର ଯୋଧପୁରର ସୋଇନତାରାଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ଏଥିରେ ନବବିବାହିତ ଦମ୍ପତ୍ତିଙ୍କ ସହ ଏମାନଙ୍କର ୧୧ ଜଣ ସମ୍ପର୍କୀୟଙ୍କର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ବାଡ଼ମେରରୁ ରାମଦେବରାରେ ଥିବା ବାବା ରାମଦେବଙ୍କ ମନ୍ଦିରକୁ ଏକ କାରରେ ପରିବାରର ୧୧ ଜଣ ସଦସ୍ୟ ଯାଉଥିଲେ | ତେବେ ଏମାନଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା | ଯାହାଫଳରେ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା |

Photo-news 18 gujurat

ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ, ଛଅ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରରେ ଫସି ରହିଥିବା ଲୋକଙ୍କ ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରୁଛି।

ଏହି ଦୁର୍ଘଟଣାରେ ମୃତକମାନଙ୍କ ମଧ୍ୟରେ ଏକ ନବ ବିବାହିତ ଦମ୍ପତି ମଧ୍ୟ ଥିଲେ | ମୃତକ ଦମ୍ପତ୍ତିଙ୍କ ନାମ ବିକ୍ରମ ଓ ସୀତା ବୋଲି ଜଣାପଡିଛି | ସେମାନଙ୍କର ବିବାହ ପରେ, ଯେତେବେଳେ ସମସ୍ତ ମନ୍ଦିରକୁ ଯାଉଥିଲେ ଏହି ଘଟଣା ଘଟିଥିଲା ​​| ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର