କଟକ ସହରରୁ ଆଜି ୧୧୨ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୫୩ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୯ ଜଣ ଓ ସ୍ଥାନୀୟ ଅଂଚଳରୁ ୫୩ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨ ଜଣ କରୋନା ଯୋଦ୍ଧା, ୨୦ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି। ସେହିଭଳି ଗୃହ ସଂଗରୋଧରୁ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶିଖରପୁରରୁ ୬ ଜଣ, ଚାଉଳିଆଗଂଜରୁ ୫ ଜଣ, ବିଡ଼ାନାସୀ, ନୟାବଜାର, ଜଗତପୁର, ଚହଟନଗରରୁ ୩-୩ ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଜଗତପୁରରୁ ୮ ଜଣ, ନୟାବଜାରରୁ ୫ ଜଣ, ନୂଆପଡ଼ାରୁ ୪ ଜଣ, ମହାନଦୀ ବିହାର, ସିଡିଏ ସେକ୍ଟର-୯ରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୧୧୨ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୩ ହଜାର ୮୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ହଜାର ୯୩୦ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୮୭୨ ଜଣ ଚିକିତ୍ସାଧୀନ ଥିବା ବେଳେ ୬୧ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର