ପୁଲୱାମାରେ ଗ୍ରେନେଡ଼ ବିସ୍ଫୋରଣ, ୧୨ଆହତ

ଶ୍ରୀନଗର: ପୁଲୱାମାରେ ଆତଙ୍କବାଦୀଙ୍କ ଗ୍ରେନେଡ଼ ବିସ୍ଫୋରଣରେ ୧୨ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି | ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଟାର୍ଗେଟ କରି ଗ୍ରେନେଡ଼ ମାଡ଼ କରୁଥିବା ବେଳେ ଏହା ପୁଲୱାମାର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଫାଟିଥିଲା | ଫଳରେ ଏହି ବିସ୍ଫୋରଣରେ ସେଠାରେ ଉପସ୍ଥିତ ଥିବା ୧୨ଜଣ ଲୋକ ଆହତ ହୋଇଛନ୍ତି | ପୁଲୱାମା ଜିଲ୍ଲାର ଚୌକ କାକାପୋରା ଅଞ୍ଚଳରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, ଅଜ୍ଞାତ ଆତଙ୍କବାଦୀମାନେ ଚୌକ କାକାପୋରାରେ ଅବସ୍ଥାପିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ଏକ ଦଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେମାନଙ୍କ ଗ୍ରେନେଡ ଟାର୍ଗେଟରେ ବିସ୍ଫୋରଣ ନହୋଇ ଜନଗହଳିପୂର୍ଣ୍ଣ ରାସ୍ତାରେ ବିସ୍ଫୋରଣ ହୋଇଥିଲା।

indiatoday

ତେବେ ଏ ମଧ୍ୟରେ ଏକାଧିକ ଥର ଆତଙ୍କବାଦୀମାନେ ଲୁଚି ରହି ସୁରକ୍ଷା ବାହିନୀ ଉପରକୁ ଆକ୍ରମଣ କରିଛନ୍ତି | ଭାରତର ଅନେକ ଯବାନ ଏହି ଆକ୍ରମଣର ଶିକାର ହୋଇ ସହିଦ ହୋଇଥିବା ବେଳେ ଅନେକ ଆତଙ୍କବାଦୀଙ୍କୁ ମଧ୍ୟ ନିପାତ କରିଛି ଭାରତୀୟ ସେନା |

ସମ୍ବନ୍ଧିତ ଖବର