ଭୁବନେଶ୍ୱର/କଟକ/ଭଦ୍ରକ: ରାଜଧାନୀ ଭୁବନେଶ୍ୱର ଓ କଟକରୁ ଆଜି ୧୩୯୯ଟି ଯାନବାହନ ଜବତ ହୋଇଛି । କରୋନା ଲକଡାଉନ ନିୟମ ଉଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱରରୁ ୭୩୩ ଓ କଟକରୁ ୬୨୨ ଯାନବାହନ ଜବତ କରିଛି ପୁଲିସ । ଗତକାଲି ଭୁବନେଶ୍ୱରରୁ୧୩୯୯ଟି ଗାଡ଼ି ଜବତ ହୋଇଥିଲା । ପୁଲିସ ଭୁବନେଶ୍ୱରରୁ ୭୨୧ଟି ଓ କଟକରୁ ୬୭୮ଟି ଗାଡ଼ି ଜବତ କରିଥିଲା । ସେହିଭଳି ବ୍ରହ୍ମପୁରରୁ ୨୦୭ଟି ଗାଡ଼ି ଜବତ ହୋଇଥିବା ବେଳେ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

Advertisment

ଭଦ୍ରକ ସହରକୁ ସବୁ ଦିଗରୁ ସିଲ୍ କରି ଦିଆଯାଇଛି। କେବଳ ୫ ନମ୍ବର ଜାତୀୟ ରାଜପଥକୁ ଛାଡି ଦେଲେ ଭଦ୍ରକର ସବୁ ସୀମା ସିଲ୍। ସଟ୍ ଡାଉନ୍ ଉଠିଯିବା ପରେ ଏବେ ତିନି ଦିନ ହେଲା ଭଦ୍ରକରେ ଲକ୍ ଡାଉନ କଟକଣାକୁ ଅଧିକ କଡାକଡି କରାଯାଇଛି। ଗତ ଦୁଇଦିନ ହେଲା ଭଦ୍ରକ ସହରକୁ କୌଣସି ଚାରି ଚକିଆ ଓ ବାଇକ୍ ନେଇ କେହି ବଜାର ଆସିବେ ନାହିଁ ବୋଲି କଡା କଟକଣା କରାଯାଛି। ଏଇ କଟକଣା କରାଯିବା ସତ୍ତ୍ବେ କିଛି ଅମାନିଆ ବାଇକ୍ ଚାଳକ ସହରକୁ ଆସୁଥିବା ବେଳେ ପୁଲିସ ଯାଞ୍ଚ ବେଳେ ସେମାନଙ୍କ ବାଇକକୁ ଉଠାଇ ନେଉଛି। ଗତକାଲି ଓ ଆଜିକୁ ମିଶାଇ ଜିଲ୍ଲାରେ ମୋଟ ୪୭୬ ବାଇକ୍ ଜବତ କରାଯାଇଛି। ଏଇ ବା‌ଇକ୍ ଚାଳକଙ୍କ ନିକଟରୁ ପ୍ରତି ବାଇକ୍ ପିଛା ୨ ହଜାର ଟଙ୍କା ଓ କାର ଚାଳକଭ୍କ ନିକଟରୁ ୫ ହଜାର ଟଙ୍କାର ଫାଇନ୍ ଆଦାୟ କରାଯାଇଛି।