ଅକ୍ଟୋବର ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ; ଜାଣନ୍ତୁ କେଉଁ ଦିନ କେଉଁ କାରଣରୁ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଲା ପାର୍ବଣର ମାସ  ଅକ୍ଟୋବର । ଏହି ମାସରେ ସମଗ୍ର ଦେଶରେ ଧୁମଧାମରେ ପାଳିତ ହେଉଥିବା ଦୁର୍ଗାପୂଜା ପଡିଥାଏ । ବର୍ତ୍ତମାନ କରୋନା କଟକଣା ଲାଗି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ୍ ରହିଥିବା ବେଳେ କିଛି ସରକାରୀ କାର୍ଯ୍ୟାଳୟ ମଧ୍ୟ ଛୁଟି ରହିବ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଅକ୍ଟୋବରରେ ପାଖାପାଖି ୧୫ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ତା’ହେଲେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୦ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ୍ ଛୁଟି ତାଲିକା ଜାରି କରିଛନ୍ତି ।

ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ, ୪ ତାରିଖ ରବିବାର, ୮ ତାରିଖ ଛେଲମ୍ ( ଆଞ୍ଚଳିକ), ୧୦ ତାରିଖ ଦ୍ୱିତୀୟ ଶନିବାର, ୧୧ ରବିବାର, ୧୭ ତାରିଖ କାଟି ବିହୁ (ଏହା କେବଳ ଆସାମ ଓ ମଣିପୁର ପାଇଁ), ୧୮ ତାରିଖ ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ସମୁହ ଛୁଟି ରହିବ । ଅକ୍ଟୋବର ୨୩ ମହାସପ୍ତମୀ, ୨୪ ମହାଷ୍ଟମୀ ଓ ମାସର ଶେଷ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୨୫ ରବିବାର, ୨୬ ବିଜୟା ଦଶମୀ ଓ ଅକ୍ଟୋବର ୨୯ ମହମ୍ମଦ ଜୟନ୍ତୀ କାରଣରୁ ବ୍ୟାଙ୍କ୍ ବନ୍ଦ ରହିବ ।
ସେହିଭଳି ଅକ୍ଟୋବର ୩୦ରେ ଇଦ୍ ଏ ମିଲାଦ ପାଇଁ ତ୍ରିପୁରା, ଗୁଜୁରାଟ, ମହାରାଷ୍ଟ୍ର,କର୍ଣ୍ଣାଟକ,ମଧ୍ୟପ୍ରଦେଶ, ତାମିଲନାଡୂୁ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ,ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ,ଝାଡ଼ଖଣ୍ଡ ଓ ଜମ୍ମୁକାଶ୍ମୀରରେ ବ୍ୟାଙ୍କ୍ ବନ୍ଦ ରହିବ।  ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଇଁ ଗୁଜୁରାଟ, କର୍ଣ୍ଣାଟକ, ଓଡିଶା ଓ ସିମଲାରେ ବ୍ୟାଙ୍କ ବନ୍ଦ ରହିବ । ଏହାକୁ ବାଦ ଦେଲେ ଅନ୍ୟସବୁ ଦିନ ସାମୁହିକ ଭାବେ ବ୍ୟାଙ୍କ ଖୋଲା ରହିବ ।
ସମ୍ବନ୍ଧିତ ଖବର