ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୫୦୪ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୫୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୨୪୫କୁୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୩୯ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଖୋର୍ଦ୍ଧାରୁ ୧୨୭ଜଣ, କଟକରୁ ୧୨୨ଜଣ, ମୟୂରଭଞ୍ଜରୁ ୯୩ଜଣ, ଅନୁଗୁଳରୁ୭୬, ନୂଆପଡ଼ାରୁ ୭୬, ବଲାଙ୍ଗୀରରୁ ୭୫ଜଣ, ପୁରୀରୁ ୭୨ଜଣ, ବରଗଡ଼ରୁ ୬୮ଜଣ, ମାଲକାନଗିରିରୁ ୬୦ଜଣ, ଜଗତସିଂହପୁରରୁ ୫୯ଜଣ, କେନ୍ଦ୍ରାପଡ଼ାରୁ ୫୭ଜଣ, ଝାରସୁଗୁଡ଼ା ପୂର୍ବରୁ ୫୩ଜଣ, କେନ୍ଦୁଝରରୁ ୪୪ଜଣ, କଳାହାଣ୍ଡିରୁ ୩୭ଜଣ, ସମ୍ବଲପୁରରୁ ୩୭ଜଣ, ନୟାଗଡ଼ରୁ ୩୬ଜଣ, ବାଲେଶ୍ବରରୁ ୩୫ଜଣ, ଢ଼େଙ୍କାନାଳରୁ ୩୪ଜଣ, ଯାଜପୁରରୁ ୩୪ଜଣ, ଭଦ୍ରକରୁ ୩୧ଜଣ,  କୋରାପୁଟରୁ ୨୮ଜଣ, ସୋନପୁରରୁ ୧୮ଜଣ, ଗଞ୍ଜାମରୁ ୧୭ଜଣ, ନବରଙ୍ଗପୁରରୁ ୧୪ଜଣ, କନ୍ଧମାଳରୁ ୧୩ଜଣ, ଦେଓଗଡ଼ରୁ ୬ଜଣ, ରାୟଗଡ଼ାରୁ ୬ଜଣ, ଗଜପତିରୁ ୫ଜଣ, ବୌଦ୍ଧରୁ ୨ଜଣ ଏବଂ ଷ୍ଟେଟ ପୁଲରୁ ୩୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର