ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ହ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ କରିବାର ଧମକ ଦିଆଯାଉଥିବାର ଖବର ସାମ୍ନାକୁ ଆସିଥିଲା। ସୋସିଆଲ ମିଡିଆ ମାଧ୍ୟମରେ ମହେନ୍ଦ୍ର ସିଂ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧୋନିଙ୍କୁ ଏହି ଧମକ ମିଳିଥିବା ଜଣାପଡ଼ିଥିଲା। ସିଏସକେ କୋଲକାତା ନାଇଟ୍ ରାଇଡର୍ସ(କେକେଆର)ଠାରୁ ଆଇପିଏଲ ମ୍ୟାଚ ହାରିବା ପରେ ଧୋନିଙ୍କ ଝିଅଙ୍କୁ ଏଭଳି ଧମକ ମିଳିବା ଆରମ୍ଭ ହୋଇଥିଲା। ଏ ନେଇ ଏତଲା ରୁଜୁ ହେବା ପରେ ରବିବାର ଗୁଜୁରାଟରୁ ଜଣେ ୧୬ବର୍ଷିୟ ନାବାଳକକୁ ଗିରଫ କରିଛି ପୁଲିସ।
/sambad/media/post_attachments/a2353d88447ee540624665bb39356f8199789198a1f6887071db83b328e67216.jpg)
କୁଚ୍ (ପଶ୍ଚିମ) ପୁଲିସ ଅଧୀକ୍ଷକ ସୌରଭ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ, ନାମନା କପାୟା ଗାଁର ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ କିଛି ଦିନ ପୂର୍ବରୁ ମହେନ୍ଦ୍ର ସିଂ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧୋନିଙ୍କୁ ଇନଷ୍ଟାଗ୍ରାମ୍ ଜରିଆରେ ଦିଆଯାଇଥିବା ଘୃଣ୍ୟ ଧମକ ସମ୍ପର୍କରେ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା। ପଚରାଉଚରା ସମୟରେ ନାବାଳକ ଅଭିଯୁକ୍ତ ଦୁଷ୍କର୍ମ ଧମକ ଦେଇଥିବା କଥା ସ୍ବୀକାର କରିଛନ୍ତି। ରାଞ୍ଚି ପୁଲିସ ନାବାଳକ ବିଷୟରେ ମିଳିଥିବା ସୂଚନା କୁଚ୍ (ପଶ୍ଚିମ) ପୁଲିସକୁ ଦେବା ପରେ ତଦନ୍ତ ଆରମ୍ଭ କରିଥିଲା କୁଚ୍ (ପଶ୍ଚିମ) ପୁଲିସ। ନାବାଳକଜଣଙ୍କ କୁଚ୍ ଜିଲ୍ଲାର ମୁଣ୍ଡ୍ରାରେ ରହୁଥିବା ନେଇ ରାଞ୍ଚି ପୁଲିସଠାରୁ ସୂଚନା ପାଇଁ କୁଚ୍ (ପଶ୍ଚିମ) ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତଜଣଙ୍କ ନିଜର ଦୋଷ ସ୍ବୀକାର କରିବା ସହ ଏବେ ତାକୁ ପୁଲିସ ଗିରଫ କରିଛି। କୁଚ୍ ପୁଲିସ ଗିରଫ ପରେ ଅଭିଯୁକ୍ତକୁ ରାଞ୍ଚି ପୁଲିସକୁ ହସ୍ତାନ୍ତର କରିବ ଜଣା ପଡ଼ିଛି।