ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତା ଅର୍ଜୁନ ରାମପାଲ ତାଙ୍କ ପୂର୍ବପତ୍ନୀ ମେହେର ଜେସିଆଙ୍କଠାରୁ ଛାଡ଼ପତ୍ର ନେବାପରେ ଜଣେ ଯୁବତୀଙ୍କ ସହ ସଂପର୍କ ରଖିଛନ୍ତି। ହେଲେ ଏବେ ଜଣାପଡ଼ିଛି ,ତାହା ନିଶ୍ଚିତରୂପେ ବିସ୍ମୟସୂଚକ। ପ୍ରକୃତରେ ଅର୍ଜୁନ ତାଙ୍କ ଠାରୁ ୧୯ ବର୍ଷ ସାନ ଜଣେ ଯୁବତୀ ପାଇଁ ମେହେରଙ୍କଠାରୁ ଅଲଗା ହୋଇଥିଲେ। ସେହି ଯୁବତୀଙ୍କ ନାଆଁ ହେଲା ନାତାଶା ଷ୍ଟେନକୋବିକ୍। ତାଙ୍କର ବୟସ ମାତ୍ର ୨୬ ବର୍ଷ। ଅର୍ଜୁନ ରାମପାଲଙ୍କ ବୟସ ଏବେ ୪୫ ବର୍ଷ। ନତାଶା ସର୍ବିୟାର ଅଧିବାସୀ। କୁହାଯାଉଛି ଯେ,ଅର୍ଜୁନ ରାମପାଲ ଯେତେବେଳେ ତାଙ୍କ ଫିଲ୍ମ ‘ଡ଼ାଡ଼ି’ର ସୁଟିଂ କରୁଥିଲେ,ସେତେବେଳ ନତାଶାଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ସେହି ସମୟରେ ଅର୍ଜୁନ ଓ ନତାଶାଙ୍କର ଆଫେଆର୍ ବି ଆରମ୍ଭ ହୋଇଥିଲା।
ନତାଶାଙ୍କୁ ‘ଡ଼ିଜେବାଲେ ବାବୁ’ ଭିଡ଼ିଓରେ ପ୍ରଥମେ ଦେଖିବାକୁ ମିଳିଥିଲା। ସେ ଜଣେ ଡ଼୍ୟାନ୍ସର ଓ ମଡ଼େଲ୍ ମଧ୍ୟ। ଖାଲି ସେତିକି ନୁହେଁ ନତାଶା ‘ବିଗ୍ ବସ୍ ସିଜନ୍ ୮’ ର ପ୍ରତିଯୋଗୀ ମଧ୍ୟ ଥିଲେ।
ନତାଶା ଦେଖିବାକୁ ଖୁବ୍ ସୁନ୍ଦର ଓ ସେ ଅଧିକାଂଶ ସମୟରେ ନିଜର ବୋଲ୍ଡ଼ ଫଟୋ ସୋସିଆଲ୍ ମିଡ଼ିଆରେ ସେଆର୍ କରନ୍ତି। ନତାଶା ଜନସନ୍ ଆଣ୍ଡ୍ ଜନସନ୍ ଓ ଡ଼୍ୟୁରେକସ୍ ଭଳି ନାମୀ ବ୍ରାଣ୍ଡ୍ ପାଇଁ ବିଜ୍ଞାପନ ବି କରିଛନ୍ତି। ନତାଶାଙ୍କୁ ‘ଫୁକ୍ରେ ରିଟର୍ଣ୍ଣସ୍’ ଫିଲ୍ମର ମେହବୁବା....ଗୀତରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ‘ହଲିଡ଼େ’ ଫିଲ୍ମରେ ଏକ ଛୋଟିଆ ଭୂମିକା ବି ନିଭାଇଥିଲେ।