ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ରାଉରକେଲା ସରକାରୀ ହସ୍ପିଟାଲର  ଜଣେ ମହିଳା ଡାକ୍ତରଙ୍କ ସହ ଅନ୍ୟ ଜଣେ ପୁରୁଷ ଡାକ୍ତର କରୋନା ଆକ୍ରାନ୍ତ ଥିବା ଜଣାଯାଇଛିl ଦୁହିଁଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

Advertisment

ଗତ ୨୪ ଘଣ୍ଟାରେ ଜିଲ୍ଲାରେ ଆଉ୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ତେବେ ପ୍ରଥମଥର ପାଇଁ ରାଉରକେଲା ସ୍ୱତନ୍ତ୍ର କାରଗାରର ୬ ଜଣ ବିଚାରାଧୀନ କଏଦୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାସହ ରାଉରକେଲା ସରକାରୀ ଡାକ୍ତରଖାନା ବ୍ଲଡ଼ ବ୍ୟାଙ୍କର ୨ ଜଣ ଡାକ୍ତର ମଧ୍ୟ ସଂକ୍ରମିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଏବେସୁଦ୍ଧା ୫୦ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି।

ଏହାପରେ  ରାଉରକେଲା ରକ୍ତ ଭଣ୍ଡାର ଓ ହସ୍ପିଟାଲରେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି l ହସ୍ପିଟାଲ ଓ ବ୍ଳଡ଼ ବ୍ୟାଙ୍କକୁ ବିଶୋଧନ କରାଯାଇଛି l

ସୂଚନାଯୋଗ୍ୟ ପୂର୍ବରୁ କଟକର ସିଟି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରର ଏମ୍ସର ଜଣେ ଜୁନିଅର୍ ଡାକ୍ତର ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।