ନାଗସାପ କାମୁଡ଼ାରେ ୨ ଛେଳି ଛୁଆ ମୃତ

ନିରାକାରପୁର: ଆଜି ଅପରାହ୍ନରେ ରାମେଶ୍ୱର ପଞ୍ଚାୟତ ସମ୍ମୁଖ ଜୟନ୍ତ ବିଶ୍ୱାଳଙ୍କ ଘରେ ଏକ ନାଗ ସାପ ପଶି ତାଙ୍କର ୨ଟି ମାଈ ଛେଳି ଛୁଆକୁ ଦଂଶନ କରିଥିଲେ। ଘଟଣାସ୍ଥଳରେ ହିଁ ୨ଟିଯାକ ଛେଳି ମୃତ୍ୟୁବରଣ କରିଥିଲେ। ଦୁଇ ଛେଳି ଛୁଆକୁ ଦଂଶନ କରି ମାରିସାରିସାରିବା ପରେ ନାଗସାପଟି ମୃତ ଛେଳି ଛୁଆଙ୍କ ସହିତ ଖେଳୁଥିଲା।

ଏହାଦେଖି ଜୟନ୍ତଙ୍କ ଝିଅ ପାଟି କରିବାରେ ପରିବାରବର୍ଗ ପହଞ୍ଚିଯିବାରୁ ସାପଟି କାନ୍ଥରେ ଥିବା ଏକ ଫାଟରେ ପଶି ଯାଇଥିଲା। ପରେ ପରିବାରବର୍ଗ ଭୟଭୀତ ହୋଇ ସ୍ଥାନୀୟ ବଘେଇପୁଟର ସ୍ନେକହେଲ୍ପ ଲାଇନ ସଦସ୍ୟ ବସନ୍ତ ବେହେରାଙ୍କୁ ଖବର ଦେଇଥିଲେ। ସେ ପହଞ୍ଚି ଏହି ସାଢ଼େ ୪ ଫୁଟ ଲମ୍ବର ନାଗସାପଟିକୁ ଉଦ୍ଧାରକରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜଣାଯାଇଛି। ତେଣେ ଛେଳି ପାଳକଜଣକ ମୃତ ଛେଳି ଛୁଆ ୨ଟିକୁ ନିଜ ବାରିପଛପଟରେ ପୋତିଥିବା ସୂଚନା ଦେଇଛନ୍ତି। ଏହା ଭଳି ଦୁଃଖଦ ଖବର ଶୁଣି ଛେଳି ଓ ଗାଈ ପାଳକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି |

ସମ୍ବନ୍ଧିତ ଖବର