ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ ବନ୍ଦ ହୋଇଛି । ଦୁଇଟି ଗେଟ୍ ବନ୍ଦ ହେବା ପରେ ଏବେ ୧୨ଟି ଗେଟ୍ ଦେଇ ବର୍ଷାଜଳ ନିଷ୍କାସନ
ଜାରି ରହିଛି। ଜଳଭଣ୍ଡାରର ବାମ ପଟରୁ ୮ଟି ଓ ଡାହାଣ ପଟରୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାପଡିଛି।
ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିଲା । ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଜଳଭଣ୍ଡାରର ବାମ ପଟୁ ୧୦ଟି ଓ ଡାହାଣ ପଟୁ ୪ଟି ଗେଟ୍ ଖୋଲା ରହିଥିଲା । ଏବେ ଜଳଭଣ୍ଡାରର ଆଉ ୨ଟି ଗେଟ୍ ବନ୍ଦ ହୋଇଛି ।