ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆଜି ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜଧାନୀରେ କରୋନା ପଜିଟିଭ୍ ସଂଖ୍ୟା ୧୯୮ରେ ପହଞ୍ଚିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 23rd Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/8W1vmkailW— BMC (@bmcbbsr) June 23, 2020
ଦୁଇ ନୂଆ ଆକ୍ରାନ୍ତଙ୍କ ଭିତରୁ ଜଣେ ଘରୋଇ ସଙ୍ଗରୋଧରେ ଥିବା ୩୯ ବର୍ଷର ପୁରୁଷ। ସେ ଜୟଦେବ ବିହାରର ମେ ଫେଆର୍ ହୋଟେଲ ନିକଟସ୍ଥ ଅଞ୍ଚଳର ଏବଂ ଜଣେ ମୁମ୍ବାଇ ଫେରନ୍ତା ବୋଲି ସୂଚନା ଦିଆଯାଇଛି। ଆରଜଣକ ୱାର୍ଡ ନଂ-୨୬ ଅନ୍ତର୍ଗତ ଶରଣପାଲିର ଜଣେ ସ୍ଥାନୀୟ ସଂକ୍ରମିତ। ସେ ଏକ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଜଣେ ୩୦ ବର୍ଷର ପୁରୁଷ।
ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ମହାନଗର ନିଗମରେ ୫ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ଜଣେ ୩୬ ବର୍ଷିୟ ପୁରୁଷ ରେଳବାଇ କର୍ମଚାରୀ ଅଛନ୍ତି। ଏହାଛଡ଼ା ବିଭିନ୍ନ ଅଞ୍ଚଳର ୩୭, ୨୨, ୩୦ ଓ ୨୭ ବର୍ଷିୟ ପୁରୁଷ ଅଛନ୍ତି।
ଏ ପର୍ଯ୍ୟନ୍ତ ୧୯୮ଜଣ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୮ଜଣ ସୁସ୍ଥ ହୋଇଛନ୍ତି। ୯୬ଜଣ ସକ୍ରିୟ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ତେବେ ୩ଜଣଙ୍କର ପ୍ରାଣହାନି ଘଟିଛି।