ନୂଆଦିଲ୍ଲୀ: ଦେଶରେ ପୁଣି ୨୦,୦୩୬ କରୋନା ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୮୬ ହଜାର ୭୧୦ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ପୁଣି ଦେଶରେ ୨୫୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୯୪ରେ ପହଞ୍ଚିଛି। ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୨ ଲକ୍ଷ ୫୪ ହଜାର ୨୫୪ ଜଣ।
A total of 17,31,11,694 samples tested for #COVID19 up to December 31. Of these, 10,62,420 samples were tested yesterday: Indian Council of Medical Research (ICMR) pic.twitter.com/TNq6NSy1Ql
— ANI (@ANI) January 1, 2021
ଏପଟେ ଡିସେମ୍ବର ୩୧ ତାରିଖରେ ନୂଆ ୧୦ ଲକ୍ଷ ୬୨ ହଜାର ୪୨୦ କରୋନା ପରୀକ୍ଷଣ ହୋଇଛି। ଏବେ ସୁଦ୍ଧା ସମୁଦାୟ ୧୭,୩୧,୧୧,୬୯୪ ପରୀକ୍ଷଣ ହୋଇ ସାରିଲାଣି। ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ(ଆସିଏମ୍ଆର୍) ପକ୍ଷରୁ ଏହି ସୂଚନା ଦିଆଯାଇଛି।